ବାଲେଶ୍ୱର- ବାଲେଶ୍ୱର ଜିଲ୍ଲାର ଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ପ୍ରଥମ ଥର ପାଇଁ ରାଜ୍ୟର ଜଣେ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଥିବା କୁହାଯାଇଛି । ତେବେ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଉକ୍ତ ବିଧାୟକ କହିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଦୁଇ ଦିନ ତଳେ ସମ୍ପୃକ୍ତ ବିଧାୟକଙ୍କ ସ୍ୱାବ୍ ଟେଷ୍ଟ କରାଯାଇଥିଲା । ଆଜି ରିପୋର୍ଟ ଆସିବା ପରେ ସେ କରୋନା ଆକ୍ରାନ୍ତ ଥିବା ଜଣାପଡିଥିଲା । ବିଧରୟକଙ୍କ କରୋନା ପଜିଟିଭ ଆସିବା ପରେ ତାଙ୍କ ସହ ଯୋଗାଯୋଗ ଆସିଥିବା ଲୋକଙ୍କ କଂଟାକ୍ଟସ୍ ଟ୍ରେସିଂ ଆରମ୍ଭ ହୋଇଛି । ଏବେ ରାଜ୍ୟରେ ୨୪ ଜିଲ୍ଲାରୁ ଆଉ ୪୫୬ କରୋନା ଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୫୨୬କୁ ବୃଦ୍ଧି ପାଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।