ଭୁବନେଶ୍ୱର: ରାଜ୍ୟରେ ଜରୁରୀ ଔଷଧ, ସ୍ୱାସ୍ଥ୍ୟ ସାମଗ୍ରୀ କଳାବଜାର ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯଇଛି । ସାରା ରାଜ୍ୟ ପାଇଁ ୨୩ଟି ସ୍କ୍ୱାର୍ଡ ହୋଇଛି । ସେଥିରୁ କଟକ ଓ ଭୁବନେଶ୍ୱର ପାଇଁ ୭ଟି ସ୍କ୍ୱାର୍ଡ ଗଠନ କରାଯାଇଥିବା ବେଳେ ରାଜ୍ୟର ଅନ୍ୟ ଅଞ୍ଚଳ ପାଇଁ ୧୫ ସ୍କ୍ୱାର୍ଡ । ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ଯଶୱନ୍ତ ଜେଠୱା ଗଣମାଧ୍ୟମକୁ କହିଛନ୍ତି । ଏହି ସ୍କ୍ୱାର୍ଡ ଷ୍ଟକ୍ ଯାଞ୍ଚ କରିବେ । ଯଦି କିଛି କଳାବଜାର ହେଉଥିବ, ତାହା ହେଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି ।
ମହାମାରୀ କରୋନା ଭାରତରେ ଉଗ୍ରରୂପ ଧାରଣ କରିଛି । ପ୍ରତିଦିନ ଶହଶହ ଲୋକଙ୍କ ଜୀବନ ନେଉଛି କରୋନା । ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢୁଥିବାରୁ ବିଭିନ୍ନ ରାଜ୍ୟରେ କରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହାର ହେଉଥିବା ଔଷଧର ଘୋର ଅଭାବ ଦେଖାଦେଉଥିବା ଅଭିଯୋଗ ହେଉଛି । ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିଛନ୍ତି । ଏହି ସ୍କ୍ୱାର୍ଡ ନିୟମିତ ମେଡିସିନ୍ ଷ୍ଟକ୍ ଯାଞ୍ଚ କରିବେ ।