କରୋନା ଯୋଗୁଁ ରାଜ୍ୟର ଆର୍ଥିକ ସ୍ଥିତି ପ୍ରଭାବିତ

ଭୁବନେଶ୍ୱର: କୋଭିଡ ମହାମାରୀ ଓ ଲକଡାଉନ ଯୋଗୁଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଆର୍ଥିକ ସ୍ଥିତିକୁ ବେଶ୍ ପ୍ରଭାବିତ କରିଛି । ଓଡ଼ିଶା ଭଳି ଗରିବ ରାଜ୍ୟଗୁଡ଼ିକ ଆଜି ବିଶେଷ ଭରାବେ ପ୍ରଭାବିତ ହୋଇଛନ୍ତି ବୋଲି ଅର୍ଥନୀତିଜ୍ଞ ତଥା ପବୂର୍ବତନ ପ୍ରଶାସକମାନେ ମତପ୍ରକାଶ କରିଛନ୍ତି । ଏଠାରେ ଏକ ୱେବିନାର ଆଲୋଚନାଚକ୍ରରେ ଯୋଗଦେଇ ପ୍ରାୟ ତିନି ଦଶନ୍ଧି ଧରି ଓଡ଼ିଶା ସରକାରଙ୍କୁ ପରାମର୍ଶ ଦେଇଥିବା ଡ ତାପସ ସନ୍ କହିଛନ୍ତି ଯେ ଯଦି କେନ୍ଦ୍ର ସରକାର ରାଜ୍ୟକୁ ଆବଶ୍ୟକ ଅର୍ଥ ହସ୍ତାନ୍ତର କରିବାରେ ଅସମର୍ଥ ତେବେ ପରିସ୍ଥିତି ଆହୁରି ଗମ୍ଭୀର ହୋଇପାରେ । ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଏବଂ କେତେକ କେନ୍ଦ୍ରୀୟ ସ୍ୱାସ୍ଥ୍ୟସେବା ଯୋଜନା ଅଧୀନରେ ପାଣ୍ଠି ପ୍ରବାହିତ ହେବ, କିନ୍ତୁ କେନ୍ଦ୍ରର ରାଜସ୍ୱ ସଂଗ୍ରସ ମଧ୍ୟ ଚାପରେ ଥିବାରୁ ଅନ୍ୟ କ୍ଷେତ୍ରରେ ଠିକ ସମୟରେ ଏବଂ ପର୍ଯ୍ୟପ୍ତ ରାଜସ୍ୱ ଆଦାୟରେ ସମସ୍ୟା ହୋଇପାରେ ବୋଲି ଡ଼ ସେନ୍ କହିଛନ୍ତି । ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ ମହାପାତ୍ର କହିଛନ୍ତି ରାଜ୍ୟ ମର୍ତମାନ ଋଣ ନେଇ ଏହାକୁ ଚତୁରତାର ସହ ଖର୍ଚ୍ଚ କରିବା ଉଚିତ । ଯେମିତିକି ଏହା ଶୀଘ୍ର ଏକ ଉଚ୍ଚ ଅଭିବୃଦ୍ଧି ପଥରେ ପୁନରୁଦ୍ଧାର ହୋଇପାରିବ ଏବଂ ପରେ ଋଣ ପରିଶୋଧ କରିପାରିବ । ଓଡ଼ିଶା ସରକାର ଋଣ ପରିଶୋଧ ପାଇଁ ଉର୍ଦ୍ଧଷ୍ଟ ପାଣ୍ଠିକୁ ବ୍ୟବହାର କରିପାରିବେ ଯେଉଁଥିରେ ପ୍ରାୟ ୧୨ ହଜାର କୋଟି ଟଙ୍କା ରହିଛି । ଅକ୍ସଫାମ ଇଣ୍ଡିଆର ପବ୍ଲିକ ଫାଇନାନ୍ସ ଆନାଲିଷ୍ଟ ଡ ପ୍ରଭାସ ମିଶ୍ର କହିଛନ୍ତି ଏପ୍ରିଲ-ଜୁନ୍ ଅବଧିର ଅଧି କାଂଣ ଅଂଶ ପାଇଁ ଅର୍ଥନୈତିକ କାର୍ଯ୍ୟକଳାପ ସ୍ଥଗିତ ରହିଥିବାରୁ ଓଡ଼ିଶା ସରକାର ତ୍ରୈମାସିକ ପାଇଁ ବଜେଟ୍ କରିଥିବା ରାଜସ୍ୱର ମାତ୍ର ୬୦ ପ୍ରତିଶତ ବୃଦ୍ଧି କରୁଥିବା ଦେଖାଯାଇଥିଲା । ଯଦି ବର୍ଷର ଅବଶିଷ୍ଟ ମସୟରେ ମଧ୍ୟ ଏହି ଧାରା ଅବ୍ୟାହତ ରହେ, ତେବେ ଚଳିତ ଆର୍ଥିକ ବର୍ଷରେ ସରକାରଙ୍କ ରାଜସ୍ୱ ପ୍ରାୟ ୪୯,୬୦୦ କୋଟି ଟଙ୍କା ଅବା ୧,୨୪୦୦୦ କୋଟି ହ୍ରାସ ପାଇପାରେ, ଯାହା ବଜେଟ୍ ଲକ୍ଷ୍ୟ ତୁଳନାରେ ୪୦ ପ୍ରତିଶତ କମ । ସାଂସଦ ଭତୃହରି ମହାତାବ କହିଥିଲେ ଆରବିଆଇରୁ ଋଣ ନେବାର ସୀମା ବୃଦ୍ଧି ଉପରେ କେନ୍ଦ୍ର ସରକାର ଯେଉଁ ସର୍ତ ରଖିଛନ୍ତି ତାହାକୁ ହଟାଇବା ଉଚିତ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଓଡ଼ିଶା ନିଜର ରାଜସ୍ୱର ଉନ୍ନତି ଉପରେ ଧ୍ୟାନ ଦେଇ କେନ୍ଦ୍ର ଉପରେ କମ୍ ନିର୍ଭର କରିବା ଆବଶ୍ୟକ । ନିଜର ଆର୍ଥିକ ସ୍ଥିିତିକୁ ସୁରକ୍ଷା ଦେବା ପାଇଁ ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କ ସହିତ ହାତ ମିଳାଇବା ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଓଡ଼ିଶା ଆଲୋଚାନାଚକ୍ର ଆୟୋଜକ ରାଜେଶ ମହାପାତ୍ର କହିଛନ୍ତି ଯେ ୱେବିନାରରେ ଦିଆଯାଇଥିବା ଅନେକ ପରାମର୍ଶ ବ୍ୟବହାରମୂଳ, ପ୍ରାସଙ୍ଗିକ । ଏହାର ନିଷ୍ପର୍ଷ ତଥା ଏଥିରେ ଦିଆଯାଇଥିବା ପ୍ରସ୍ତାବଗୁଡ଼ିକ ବଷୟରେ ସରକାର ଏବଂ ଅନ୍ୟ ଅଂଶୀଦାରଙ୍କୁ ଅବଗତ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Leave A Reply

Your email address will not be published.

19 + 10 =