ଚମ୍ପୁଆ : ଆଦିଵାସୀ ଅଧ୍ୟୁଷିତ ଉପାନ୍ତ ଚମ୍ପୁଆ ଉପଖଣ୍ଡରେ ଉନ୍ନତ ସ୍ଵାସ୍ଥ୍ୟ ସେବା ଯୋଗାଇବା ଲକ୍ଷ୍ୟ ନେଇ ୧୯୧୦ ମସିହାରେ ନିର୍ମିତ ଏ ଚିକିତ୍ସାଳୟଟି ଏବେ ଅନେକ ସମସ୍ୟା ଦେଇ ଗତି କରୁଥିବା ଜଣାପଡିଛି । ଵିଭିନ୍ନ ସମୟରେ ଏ ନେଇ ଭିନ୍ନ ଭିନ୍ନ ସମ୍ବାଦପତ୍ରରେ ପ୍ରକାଶ ପାଉଥିଲେ ହେଁ ରାଜନୈତିକ ଓ ପ୍ରଶାସନିକ ଇଛାଶକ୍ତିର ଅଭାବ ଯୋଗୁଁ ଏ ଡାକ୍ତରଖାନାର ବିକାଶର ଚିତ୍ର କେବଳ କାଗଜ କଲମ ଭିତରେ ଅଟକି ରହିଥିବା ଜଣାପଡିଛି। ଏ ଡାକ୍ତରଖାନାଟି ଉପଖଣ୍ଡର ଫାଷ୍ଟ ରେଫେରାଲ ୟୁନିଟର ମାନ୍ୟତା ସହ ପଡୋଶୀ ମୟୁରଭଂଜ ଓ ଝାଡ଼ଖଣ୍ଡ ଅଞ୍ଚଳର ଶହଶହ ରୋଗୀ ଏହି ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଡାକ୍ତର, ନର୍ସିଂ ଷ୍ଟାଫ୍ ଏବଂ ଟେକନିସିଆନ ମାନଙ୍କର ଗୁରୁତର ଅଭାବ ସାଙ୍ଗକୁ ରୋଗ ନିରୂପଣ ଓ ଚିହ୍ନଟ ପାଇଁ ଆବଶ୍ୟକ ହେଉଥିବା ଯନ୍ତ୍ରପାତିର ଅଭାବ ଏବଂ ଅକର୍ମଣ୍ୟ ଯନ୍ତ୍ରପାତିର ସମସ୍ୟା ପରିସ୍ଥିତିକୁ ସଙ୍ଗୀନ କରି ପକାଉଛି । ଏଠାରେ ସ୍ମରଣଯୋଗ୍ୟ କି ଦୀର୍ଘ ବର୍ଷ ଧରି ବ୍ୟବହୃତ ହେଉଥିବା ଏକ୍ସରେ ମେସିନଟିର ଫଟୋ ସ୍ପଷ୍ଟ ଆସୁନଥିବାରୁ ଡିଜିଟାଲ ଏକ୍ସରେ ମେସିନଟିଏ ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲା। କିନ୍ତୁ ବିଡମ୍ବନାର ବିଷୟ ଏହି କି ଯେ ନା ଜିଲ୍ଲା ପ୍ରଶାସନ ନା ସ୍ୱାସ୍ଥ୍ୟ ବିଭାଗ ଏହାକୁ ଗୁରୁତର ସହ ନେଇ କାର୍ଯ୍ୟ କରୁଛନ୍ତି । ସେହିପରି ଅଲଟ୍ରାସାଉଣ୍ଡ ମେସିନ ଥିଲେ ମଧ୍ୟ ଟେକନିସିଆନ ଅଭାବରୁ ଏ ମେସିନଟିର ଶୀତଳଭଣ୍ଡାରରେ ପଡ଼ିରହିଛି । ସପ୍ତାହକୁ ଥରେ ମାତ୍ର ଆସୁଥିବା ହୃଦରୋଗ ବିଶେଷଜ୍ଞ ଡାକ୍ତରଙ୍କ ପାଇଁ ଇସିଜି ଓ ଇକୋ ମେସିନର ଆବଶ୍ୟକତା ଥିବାବେଳେ ଏହା କେବେ ଆସି ରୋଗୀମାନଙ୍କ କାମରେ ଲାଗୁଛି ତାହା ଦେଖିବାକୁ ବାକି ରହିଲା । ସେହିପରି ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତରଙ୍କ ପାଇଁ ଇଇଜି ମେସିନନ ଥିବାରୁ ସଠିକ ରୋଗ ନିରୂପଣ ହୋଇପାରୁନାହିଁ । ସ୍ତ୍ରୀ ଓ ପ୍ରସୂତି ରୋଗୀମାନଙ୍କ ପାଇଁ ଥାଇରଏଡ଼ ପ୍ରୋଫାଇଲ୍ ଟେଷ୍ଟ ଏକ ପ୍ରକାର ଜରୁରୀ ମନେ ହେଉଥିବା ବେଳେ ତାହା ମଧ୍ୟ କାଗଜ କଲମରେ ବିଭାଗକୁ ଯାଇଥିବା କୁହାଯାଉଛି ।ଏ ନେଇ ଡ଼ାକ୍ତରଖାନାର
ସୁପରିନଟେଣ୍ଡେଣ୍ଟ ଡ଼ଃ.ଉମାକାନ୍ତ ସାହୁଙ୍କୁ ଯୋଗାଯୋଗ କରିବାରୁ କହିଛନ୍ତି କି ଯେ ସ୍ଵାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ଖଣିଜ ପ୍ରତିଷ୍ଠାନକୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିବେଦନ କରାଯାଇଛି , ଖୁବଶୀଘ୍ର ଆସିଯିବ ବୋଲି ଆଶାବାଦୀ ଅଛୁ ।
ReplyForward |