ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ବ୍ଲକ ପଦ୍ମଗିରି ପଂଚାୟତ ଅଂଚଳରେ କାଳବୈଶାଖୀରେ ୧୦୦ରୁ ଅଧିକ ଘରର ଟିଣ ଘରର ଛପର ଉଡିଯାଇଥିଲା ବେଳେ ପ୍ରବଳ ବର୍ଷାରେ ପନିପରିବା ଚାଷ ସମ୍ପୂର୍ଣ୍ଣ ଉଜୁଡି ଯାଇଛି । ପ୍ରବଳ ବର୍ଷା ଓ ପବନ ଯୋଗୁ ଜନଜୀବନ ଏକ ପ୍ରକାର ବ୍ୟାହତ ହୋଇଥିଲା ବେଳେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି । ଏଥିସହ ବିଭିନ୍ନ ସ୍ଥାନରେ ବଡ ବଡ ଗଛ ଗୁଡିକ ପଡି ଯିବାରୁ ବହୁ ସ୍ଥାନରେ ରାସ୍ତା ଅବରୋଧ ହୋଇ ଯାଇଛିା ଫଳରେ ଜାତାୟତ ବାଧାପ୍ରାପ୍ତ ହୋଇଛିା ସେହିପରି ବିଦ୍ୟୁତ୍ ସରବହାର ମଧ୍ୟ ବନ୍ଦ ହୋଇଯିବାରୁ ପଦ୍ମଗିରି ପଂଚାୟତ ଅନ୍ଧାରରେ ଥିବା ଜଣାପଡିଛିା ତେବେ ଯେଉଁ ସମୟ ପର୍ଯ୍ୟନ୍ତ ରାସ୍ତାରେ ଥିବା ଗଛ ଗୁଡିକ ହଟା ନଯାଏ ସେହି ସମୟ ଜାନବାହାନ ବନ୍ଦ ରହିବା ସହ ବିଦ୍ୟୁତ୍ ବିଭାଗ ତରଫରୁ ମରାମତି ଶେଷ ନ ହେବା ପର୍ଯ୍ୟନ୍ତ ସରବରାହ ମଧ୍ୟ ବନ୍ଦ ରହିବ। ଅନ୍ୟ ପକ୍ଷରେ ପ୍ରଶାସନ ତରଫରୁ ଆସନ୍ତାକାଲି ଆକଳନ କରିବା ନିମନ୍ତେ ମାଲକାନଗିରି ତହସିଲ କାର୍ଯ୍ୟାଳୟ ଓ ପଦ୍ମଗିରି ରାଜସ୍ୱ ନିରୀକ୍ଷକଙ୍କ ତରଫରୁ ସମସ୍ତ ଅଂଚଳ ବୁଲି ଆକଳନ କରିବେ ବୋଲି ପ୍ରଶାସନ ସୁତ୍ରରୁ ପ୍ରକାଶ ।