ଭୁବନେଶ୍ୱର: ରାଜ୍ୟରେ ଆଉ ଦୁଇଦିନ ଶୀତର ପ୍ରକୋପ ଜାରି ରହିବ । ତାପମାତ୍ରା ମଧ୍ୟ ୩ରୁ ୪ ଡିଗ୍ରୀ ବଢିବ ବୋଲି ଭୁବନେଶ୍ୱରର ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଝାରସୁଗୁଡା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନ, ଉତର ଓ ଅଭ୍ୟନ୍ତରୀଣ ଓଡିଶାରେ ବିଶେଷ ଭାବେ ଶୀତର ପ୍ରକୋପ ଜାରି ରହିଛି । ରାଜ୍ୟର ବୌଦ୍ଧ ଓ ଦକ୍ଷିଣ ଅଭ୍ୟନ୍ତରୀଣ ଓଡିଶାରେ ଘନ କୁହୁଡି ଦେଖିବାକୁ ମିିଳିଛି । ମୟୁରଭଞ୍ଜ, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କୁହୁଡି ବିଶେଷ ଭାବେ ପରିଲକ୍ଷିତ ହୋଇଛି । ଏପରିକି ଶନିବାର ଦିନ ପ୍ରାୟ ୧୦ଟା ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରରେ କୁହୁଡି ଲାଗି ରହିଥିଲା । ଏବେ ମଧ୍ୟ ରାତିରେ ଭୁବନେଶ୍ୱର ଓ କଟକରେ ଥଣ୍ଡା ପଡୁଛି ।