କୂଳ ଲଂଘିଲା ସମୁଦ୍ର

ପୁରୀ: ପୁରୀ ବେଳାଭୂମିରେ କୂଳ ଲଂଘିଛି ଅଶାନ୍ତ ସମୁଦ୍ର । ଆଜି ଅପରାହ୍ଣରେ ସମୁଦ୍ର ଲହଡ଼ି ବିସ୍ତୃତ ଅଞ୍ଚଳରେ ବେଳାମାର୍ଗକୁ ଧୋଇନେଇଛି । ଲାଇଟ୍ ହାଉସ୍‌ଠାରୁ ମଙ୍ଗଳା ମୁହାଣ ପର୍ଯ୍ୟନ୍ତ ୩ ରୁ ସାଢ଼େ ୩ ଫୁଟ ଗଭୀରତାରେ ଗର୍ତ୍ତମାନ ସୃଷ୍ଟିହୋଇଛି ।
ଲଘୁଚାପଜନିତ ବର୍ଷା ଯୋଗୁ ଆଜି ପୁରୀ ଜିଲ୍ଲାରେ ଦିନତମାମ ବର୍ଷା ଲାଗି ରହିଥିଲା । ସକାଳୁ ପାଗ ମେଘୁଆ ରହିବା ସହ ଝିପିଝିପି ବର୍ଷା ଆରମ୍ଭ ହୋଇଥିଲା । ପରେ କଳା ହାଣ୍ଡିଆ ମେଘ ମାଡ଼ି ଆସିବା ସହ ତୁହାକୁ ତୁହା ବର୍ଷା ହୋଇଥିଲା । ଅପରାହ୍ଣ ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ପରେ ବର୍ଷାର ପରିମାଣ କମିଥିଲେ ମଧ୍ୟ ମେଘୁଆ ପାଗ ଲାଗିରହିଛି ।
ଆଗକୁ ପୂର୍ଣ୍ଣିମା ଥିବାରୁ ସମୁଦ୍ର ଆହୁରି ଅଶାନ୍ତ ରହିବା ସହ ବେଳାମାର୍ଗକୁ ଅଧିକ କ୍ଷତି କରିବା ଆଶଙ୍କା ରହିଛି । ଆଜି ଅଶାନ୍ତ ସମୁଦ୍ର ଜୁଆର ସ୍ୱର୍ଗଦ୍ୱାରର ବହୁ ନିକଟରେ ଲହଡ଼ି ଭାଙ୍ଗିଥିଲା । ମଙ୍ଗଳା ମୁହାଣରେ ଏହା ଅଧିକ ଆଗକୁ ମାଡ଼ି ଆସିବା ସହ ବେଳାମାର୍ଗକୁ ଧୋଇନେଇଥିଲା ।

Leave A Reply

Your email address will not be published.

fourteen + twenty =