କେନ୍ଦ୍ରାପଡ଼ାରେ ପୋଲିସ୍ ଛାଉଣୀ

କେନ୍ଦ୍ରାପଡା : ପୋଲିସ୍ ଏନ୍‌କାଉଂଟରରେ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ନେଇ କେନ୍ଦ୍ରାପଡା ସହରରେ ଆଇନ୍‌ଶୃଙ୍ଖଳା ପରିସ୍ଥି୍‌ତି ବଜାୟ ରଖିବା ପାଇଁ ସମଗ୍ର ସହର ବହୁ ପଞ୍ଚାୟତ ଅଞ୍ଚଳରେ ୧୪୪ ଧାରା ଜାରୀ କରାଯିବା ସଙ୍ଗେ ସଙ୍ଗେ ୭ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୃତୟନ କରାଯାଇଛି । ଆଇନ୍‌ଶୃଙ୍ଖଳା ପରିସ୍ଥିତି ତଦାରଖ ୭ଜଣ ବରିଷ୍ଠ ପୋଲିସ୍ ଅଫିସରଙ୍କୁ ନିୟୋଜତ କରାହଯାଇଛି । କେନ୍ଦ୍ରାପଡା ସହର ସହ ହାଇଦର ଘର ରଣପଡା ଅଞ୍ଚଳ ପୋଲିସ୍ ଛାଉଣିରେ ପରିଣତ ହୋଇଛି ।
କେନ୍ଦ୍ରାପଡା ମ୍ୟୁନିସପାଲିଟି, ବାରିମୂଳ, କପାଳେଶ୍ୱର, ଗୁଲନଗର, ଜାମଧର ପଂଚାୟତ ଅଞ୍ଚଳରେ ଆସନ୍ତା ୩୦ ତାରିଖ ୧୧ଟା ପର୍ଯ୍ୟନ୍ତ ୧୪୪ (୨) ଧାରା ବଳବତର ରହିବ । ସଂପୃକ୍ତ ଅଞ୍ଚଳରେ କେବଳ ପରିବା ଓ ଗ୍ରୋସରି ଦୋକାନ ସକାଳ ୭ରୁ ଦିନ ୧୧ଯାଏ ଖୋଲା ରହିବ । ହୋଟେଲରେ ପାର୍ସଲ ସେବା ଅନୁମତି ରହିବ । କିନ୍ତୁ ଅନ୍ୟ ଦୋକାନ ବନ୍ଦ ରହିବା ସହିତ ଗାଡି ଚଳାଚଳରେ କଟକଣା ରହିବ । ୫ରୁ ଅଧିକ ଲୋକ ଏକାଠି ହୋଇପାରିବେନି । ହାଇଦର ଏନକାଉଣ୍ଟର ପରେ କୌଣସି ପ୍ରକାର ଶାନ୍ତି ଭଙ୍ଗ ଓ ସାଂପ୍ରଦାୟିକ ଗଣ୍ଡଗୋଳ ଆଶଙ୍କାରେ ଏଭଳି ପଦକ୍ଷେପ ନିଆଯାଇଥିବା କେନ୍ଦ୍ରାପଡା ଜିଲ୍ଲାପାଳ ଜାରି କରିଥିବା ବିଜ୍ଞପ୍ତିରେ ଦର୍ଶାଇଛନ୍ତି ।
କେନ୍ଦ୍ରାପଡ଼ା ପୌରାଞ୍ଚଳସ୍ଥିତ ହାଇଦରର ଘର ରଣପଡ଼ା ଅଞ୍ଚଳ ପୁଲିସ ଛାଉଣିରେ ପରିଣତ ହୋଇଛି । କୌଣସି ଅପ୍ରୀତିକର ପରିସ୍ଥିତି ଆଶଙ୍କାରେ ଏସଡିପିଓ ରାଜୀବ ଲୋଚନ ପଣ୍ଡା, କେନ୍ଦ୍ରାପଡ଼ା ଟାଉନ ଥାନା ଆଇଆଇସି ଜ୍ୟୋତିରଂଜନ ସାମନ୍ତରାୟଙ୍କ ନେତୃତ୍ୱରେ ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ସମଗ୍ର ରଣପଡ଼ା ଅଞ୍ଚଳ ଉପରେ ପୁଲିସ ନଜର ରଖିଛି । ଅନ୍ୟପଟେ ଦୁହୁରିଆ, ତିନିମୁହାଣି, ଗରାପୁର ଆଦି ଅଞ୍ଚଳରେ ପୁଲିସ ଜୋରଦାର ଗାଡ଼ି ଯାଞ୍ଚ ଚଳାଇଛି । ସହରର ଏ ସମସ୍ତ ପ୍ରବେଶ ପଥରେ କାର ସମେତ ଅନ୍ୟାନ୍ୟ ଗାଡ଼ି ଯାଞ୍ଚ କରାଯାଉଛି । ଜିଲ୍ଲାର ସବୁ ଥାନା ଅଧିକାରୀମାନେ ଏଠାରେ ପରିସ୍ଥିତି ଉପରେ ସତର୍କ ନଜର ରଖିଛନ୍ତି । ଛକ ଛକରେ ପୁଲିସ ମୁତୟନ କରାଯାଇଛି । ଅନ୍ୟପଟେ ଜିଲ୍ଲାର ଅନ୍ୟ କେତେକ ସମ୍ବେଦନଶୀଳ ଅଞ୍ଚଳ ଉପରେ ପୁଲିସ ନଜର ରଖିଛି । ପାଟକୁରା ଥାନା ମୁସଲମାନ ବହୁଳ ତେଣ୍ଡାକୁଡ଼ା ଅଞ୍ଚଳରେ ୧ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।
ଅନ୍ୟପକ୍ଷରେ ଗ୍ୟାଙ୍ଗଷ୍ଟର ହାଇଦରକୁ ପୋଲିସ ଏନକାଉଣ୍ଟର କରିଥିବା ସିମୁଳିଆର ଘଟଣାସ୍ଥଳରେ ପହଂଚିଛି ସାଇଂଟିଫିକ ଟିମ୍ । ଛାନଭିନ ବେଳେ ଘଟଣାସ୍ଥଳରୁ ମିଳଛି ୨ଟି ଖୋକା । ଅର୍ଥାତ ଗୁଳି ଫୁଟିବା ପରେ ଏହାର ଖୋଳ ଘଟଣାସ୍ଥଳରେ ପଡ଼ିଥିଲା । ତେବେ ଆଉ କିଛି ଖୋକା ପଡ଼ିଛି କି ନାହିଁ ସେନେଇ ଛାନଭିନ କରୁଛି ସାଇଂଟିଫିକ୍ ଟିମ୍ । ଘଟଣାସ୍ଥଳରେ ଏସଡିପିଓଙ୍କ ସହ ସାଇଂଟିଫିକ ଟିମ ପହଂଚି ଜୋରଦାର ତଲାସି ଚଳାଇଛନ୍ତି । ଗତକାଲି ଠିକ୍ ଏହି ସ୍ଥାନରେ କୁଖ୍ୟାତ ଗ୍ୟାଙ୍ଗଷ୍ଟରକୁ ପୁଲିସ ଏନକାଉଣ୍ଟର କରିଥିଲା । ଆଜି ହାଇଦରର ଶବ ବ୍ୟବଚ୍ଛେଦ ହେବ । ଶବ ବ୍ୟବଚ୍ଛେଦ ସରିବା ପରେ ପରିବାର ସଦସ୍ୟଙ୍କୁ ହାଇଦରର ମୃତ ଶରୀର ହସ୍ତାନ୍ତର କରାଯାଇପାରେ ।

Leave A Reply

Your email address will not be published.

five × 5 =