କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ଅର୍ଜୁନ ମୁଣ୍ଡାଙ୍କ ଦୁଇ ଦିନିଆ ଯାଜପୁର ଜ଼ିଲ୍ଲା ଗସ୍ତ

ଯାଜପୁର : ଭାରତର ମାନ୍ୟବର କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ ମନ୍ତ୍ରୀ ଶ୍ରୀଯୁକ୍ତ ଅର୍ଜୁନ ମୁଣ୍ଡା ଦୁଇ ଦିନିଆ ଯାଜପୁର ଜ଼ିଲ୍ଲା ଗସ୍ତରେ ଆସି ଆଜି ପୂର୍ବାହ୍ନରେ ଜ଼ିଲ୍ଲା ପ୍ରଦକ୍ଷଣ ଭବନ ଠାରେ ପହଞ୍ଚିବା ପରେ ଜ଼ିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଜ଼ିଲ୍ଲାପାଳ ତଥା ଜ଼ିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଚକ୍ରୱର୍ତୀ ସିଂହ ରାଠୋର ମାନ୍ୟବର ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ପ୍ରଦକ୍ଷଣ ଭବନ ଠାରେ ଳ ଶ୍ରୀ ରାଠୋର ମାନ୍ୟବର ମନ୍ତ୍ରୀଙ୍କୁ ଜ଼ିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ୱନ୍ଧରେ ଅବଗତ କରାଇଥିଲେ । ଅପରାହ୍ନରେ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅର୍ଜୁନ ମୁଣ୍ଡା ଜ଼ିଲ୍ଲାପାଳ ତଥା ଜ଼ିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଚକ୍ରୱର୍ତୀ ସିଂହ ରାଠୋର ଏବଂ ଜ଼ିଲ୍ଲାର ବରିଷ୍ଠ ଅଧିକାରୀ ମାନଙ୍କ ସହ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ମାନ୍ୟବର ମନ୍ତ୍ରୀ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ ଜନଜାତି ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଅଗ୍ରଣୀ କାର୍ଯ୍ୟକ୍ରମ ସମ୍ୱନ୍ଧରେ ସମୀକ୍ଷା କରିଥିଲେ । ଜ଼ିଲ୍ଲାପାଳ ତଥା ଜ଼ିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ରାଠୋର ପାୱାର ପଏଣ୍ଟ ମାଧ୍ୟମରେ ମାନ୍ୟବର ମନ୍ତ୍ରୀଙ୍କୁ ଜନଜାତି ବହୁଳ ଦାନଗଦୀ ଓ ସୁକିନ୍ଦା ବ୍ଲକରେ କାର୍ଯ୍ୟକାରୀ ହେଉଥିବା ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନଜୀବିକା ମିଶନ କାର୍ଯ୍ୟକ୍ରମ, ଦୀନ୍ଦୟାଲ ଉପାଧ୍ୟାୟ ଗ୍ରାମୀଣ କୈାଶଳ ଯୋଜନା, ଜଳସେଚନ, କୃଷି, ମାତୃ ଓ ଶିଶୁ ମଙ୍ଗଳ କାର୍ଯ୍ୟକ୍ରମ, ଶିଶୁ ମାତୃ ପୁଷ୍ଟିବର୍ଦ୍ଧକ କାର୍ଯ୍ୟକ୍ରମ, ବିଶୁଦ୍ଧ ପାନୀୟ ଜଳ, ପରିବେଶ ପ୍ରଦୁଷଣ ମୁକ୍ତ, ଜଳଚ୍ଥାୟା ପ୍ରକଳ୍ପ, ସମନ୍ୱିତ କୃଷି, ସୁଷମ ବଣ୍ଟନ ବ୍ୟବସ୍ଥାରେ ରେସନ କାର୍ଡ ଯୋଗାଣ, ଅନ୍ତଦ୍ୱୟ ଅନ୍ନପୂର୍ଣ୍ଣା ଯୋଜନା, ଟସର ପ୍ରକଳ୍ପ ଏବଂ ଆତ୍ମ ନିଯୁକ୍ତି ଆଦି ଅଗ୍ରଗତି ଯୋଜନାର ସପଂଳ ରୂପାୟନ ଦିଗରେ ଉପସ୍ଥାପନ କରିଥିଲେ । ଜ଼ିଲ୍ଲାରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଶତକଡା ୯୫ ଭାଗ ସପଂଳତା ହୋଇଥିବାରୁ ଏବଂ ଜ଼ିଲ୍ଲାର ଦୁଇଜଣ ମହିଳା ସଲିଳା ଯେନା ଓ ବିଷ୍ଣୁପ୍ରିୟା ମହାକୁଡ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱଚ୍ଚ୍ଥ ସୁଜଳ ଶକ୍ତି ସମ୍ମାନ ପାଇଥିବାରୁ ମାନ୍ୟବର ମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.

twelve − four =