କୋଟାଭାଲାସା-କୋରାପୁଟ-କିରାଣ୍ଡୁଲ (କେକେ) ରେଳ ଲାଇନ ଦୋହରୀକରଣରେ ଆଉ ଏକ ମାଇଲ ଖୁଣ୍ଟ

● 445 କିମି ମଧ୍ୟରୁ ଏପର୍ଯ୍ୟନ୍ତ 237  କିମି ଦୋହରୀକରଣ କାର୍ଯ୍ୟ କାର୍ଯ୍ୟକ୍ଷମ |

● ଛତ୍ରିପୁଟ-ମାଲିଗୁଡା (6.95 କିମି) ରେଳ ସେକ୍ସନ ଆଜି ରେଳ ନିରାପତ୍ତା ଆୟୁକ୍ତଙ୍କ ଦ୍ୱାରା ନୀରିକ୍ଷଣ କରାଯାଇଛି ଏବଂ ଟ୍ରେନ୍ ଚଳାଚଳ ପାଇଁ ସ୍ୱୀକୃତି ଦିଆଯାଇଅଛି |

ଭୁବନେଶ୍ୱର : ବର୍ତ୍ତମାନ କୋଟାଭାଲାସା-କୋରାପୁଟ-କିରାଣ୍ଡୁଲ (କେକେ) ରେଳ ଲାଇନରେ ଦୋହରୀକରଣ କାର୍ଯ୍ୟ ଚାଲୁରହିଛି | ସମୁଦାୟ 445 କିଲୋମିଟର ଦୋହରୀକରଣ କାର୍ଯ୍ୟ ମଧ୍ୟରୁ 237 କିଲୋମିଟର ଦୋହରୀକରଣ କାର୍ଯ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇଛି | କୋଟାଭାଲାସା-କିରାଣ୍ଡୁଲ ମଧ୍ୟରେ ସିଂଗିଲ ଲାଇନ ଗୁରୁତ୍ୱପୂର୍ଣ୍ଣ ରେଳ ସେକ୍ସନରେ ଟ୍ରାଫିକ୍ ସମସ୍ୟା ହେତୁ ଏହି ଗୁରୁତ୍ୱପୂର୍ଣ୍ଣ ଖଣିଜ ପରିବହନ ମାର୍ଗରେ ଟ୍ରେନ୍ ଚଳାଚଳରେ ବିଳମ୍ବର ସମ୍ମୁଖୀନ ହେଉଛି | ଦୋହରୀକରଣ କାର୍ଯ୍ୟ ସମାପ୍ତ ହେବା ପରେ ଟ୍ରେନ୍ ଟ୍ରାଫିକ୍ ସହଜ ହେବ ସହିତ ଏବଂ ଅସୁବିଧାଜନକ ବାଧା ଦୂର କରାଯାଇ ହେବ | ଆଜି ପୂର୍ବ ତଟ ରେଳପଥ ୱାଲଟିୟର ରେଳ ସେକ୍ସନ ଅଧୀନରେ ଥିବା ଓଡିଶାର କୋରାପୁଟ ଜିଲ୍ଲାର ଛତ୍ରିପୁଟ-ମାଲିଗୁଡା ଷ୍ଟେସନ ମଧ୍ୟରେ 6.95 କିଲୋମିଟର ଲମ୍ବ ବ୍ରଡ ଗେଜ ଦୋହରୀକରଣ ରେଳ ଲାଇନ ସେକ୍ସନରେ ଟ୍ରେନ ଚଳାଚଳ ପାଇଁ ଅନୁମତି ଗ୍ରହଣ କରିଛି | ରେଳ ନିରାପତ୍ତା ଆୟୁକ୍ତ (ସିଆରଏସ) / ଦକ୍ଷିଣ ପୂର୍ବାଞ୍ଚଳ (ଏସଇ) ସର୍କଲ ଶ୍ରୀ ଏ.ଏମ.ଚୌଧୁରୀ ଆଜି ଏହି ଦୋହରୀକରଣ ମାର୍ଗରେ ନୀରିକ୍ଷଣ କରି ଟ୍ରେନ ଚଳାଚଳ ପାଇଁ ସ୍ୱୀକୃତି ଦେଇଛନ୍ତି | ଏହି ପ୍ରକଳ୍ପ ନିର୍ମାଣରେ ନିୟୋଜିତ କର୍ମଚାରୀ ଓ ଅଧିକାରୀ ମାନଙ୍କୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ଅଭିନନ୍ଦନ ଜଣାଇଛନ୍ତି |କେକେ ଲାଇନ ତିନୋଟି ରାଜ୍ୟର ଉପାନ୍ତ ଆଦିବାସୀ ଅଞ୍ଚଳରେ ଅବସ୍ଥିତ ଏବଂ ରେଳ ନେଟୱାର୍କ ମାଧ୍ୟମରେ ଏହି ଅଞ୍ଚଳର ବିକାଶ ପାଇଁ ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ ଙ୍କର କେନ୍ଦ୍ରବିନ୍ଦୁ ପାଲଟିଛି | ଚଳିତ ବର୍ଷ ଜଗଦଲପୁର-କୋରାପୁଟ ଜଟିଳ ଦୋହରୀକରଣ ପ୍ରକଳ୍ପ ପାଇଁ ରେଳ ମନ୍ତ୍ରଣାଳୟ 248.75 କୋଟି ଟଙ୍କା ମଞ୍ଜୁର କରିଥିବାବେଳେ 2022-23 ଆର୍ଥିକ ବର୍ଷରେ ଛତ୍ରୀପୁଟ ଏବଂ ଜୟପୁର ମଧ୍ୟରେ ଦୋହରୀକରଣ କାର୍ଯ୍ୟରେ 70 କୋଟି ଟଙ୍କା ଖର୍ଚ୍ଚ ହେବ | ଏହି ପ୍ରକଳ୍ପ ପାଇଁ 2023-24 ଆର୍ଥିକ ଜଵାର୍ସାରେ 170 କୋଟି ଟଙ୍କା ବ୍ୟୟ ମଞ୍ଜୁର କରାଯାଇଛି |

ପ୍ରସ୍ତାବିତ ରେଳ ନେଟୱାର୍କ ଗୁଡିକ ଏହି ଅଞ୍ଚଳରେ ସଂଯୋଗ ଓ ଯୋଗାଯୋଗକୁ ଉନ୍ନତ କରିବ ଏବଂ ଏହାର ବିକାଶ କରିବ | ପୂର୍ବତଟ ରେଳପଥର ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଶ୍ରୀ ଅମର ପ୍ରକାଶ ଦ୍ୱିବେଦୀ, ୱାଲଟିୟର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଅନୁପ ଶତପଥୀ ଏବଂ ପୂର୍ବତଟ ରେଳପଥ ମୁଖ୍ୟାଳୟ ଓ  ଏବଂ ୱାଲଟିୟର ରେଳ ମଣ୍ଡଳର ବରିଷ୍ଠ ଅଧିକାରୀମାନେ ସିଆରଏସଙ୍କ ଯାଞ୍ଚ ସମୟରେ ସହାୟତା କରିଥିଲେ |

Leave A Reply

Your email address will not be published.

four × five =