କୋଭିଡ଼୍‍ ଟୀକା ନେବା ପରେ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ

ପୁରୀ: ପୁରୀରେ କୋଭିଡ଼୍‍ ଟୀକା ନେବା ପରେ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ ଜଣକ ହେଉଛନ୍ତି ଗୌଡ଼ବାଡ଼ ସାହିର ରଞ୍ଜିତ କୁମାର ରାଉତ(୫୬)।

ସୂଚନା ଅନୁସାରେ, ଗତକାଲି ଦିନ ୩ଟା ବେଳେ ସେ ଟୀକା ନେଇଥିଲେ। ଟୀକା ନେବାର କିଛି ଘଣ୍ଟା ପରେ ତାଙ୍କଠାରେ ପାର୍ଶ୍ବ ପ୍ରତିକ୍ରିୟା ଦେଖା ଦେଇଥିଲା ଏବଂ ରାତି ପ୍ରାୟ ୧୧ଟା ସମୟରେ ତାଙ୍କର ମୃତ୍ୟୁ ଘଟିଛି। ରଞ୍ଜିତ ସ୍ୱର୍ଗଦ୍ୱାର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଫିଲ୍ଡ ୱାର୍କର ଭାବେ କାର୍ଯ୍ୟ କରୁଥିଲେ। ରଞ୍ଜିତଙ୍କର ପତ୍ନୀ, ପୁଅ ଏବଂ ଝିଅ ଅଛନ୍ତି। କଟକରେ ତାଙ୍କର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି। ତେବେ କୋଭିଡ଼୍‍ ଟୀକା ନେବା ପରେ ଏହା ହେଉଛି ଓଡ଼ିଶାର ପ୍ରଥମ ମୃତ୍ୟୁ।

Leave A Reply

Your email address will not be published.

18 − 16 =