କୋର୍ଟ ନିଷ୍ପତି ମାନିବାକୁ ବାଧ୍ୟ: ଗଜପତି

ପୁରୀ,୧୮.୬ (ନି.ପ୍ର.): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟ ଉପରେ ପ୍ରତିକ୍ରୀୟା ପ୍ରକାଶ କରି ଗଜପତି ମହାରାଜ ତଥା ଶ୍ରୀ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ଦିିବ୍ୟସିଂହ ଦେବ କହିଛନ୍ତି ଯେ କୋର୍ଟଙ୍କ ନିଦେର୍ଶ ମାନବାକୁ ସମସ୍ତେ ବାଧ୍ୟ । ତେବେ ଏ ନେଇ ପରିଚାଳନା କମିଟିର ଜରୁୁରି ବୈଠକରେ ଅନୁଷ୍ଠିତ ହେବ ଏବଂ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯିବ । ସୁପ୍ରିମକୋର୍ଟ ରାୟ ଆମକୁ ଗଭିର ଦୁଃଖ ଦେଇଛି । ପୂର୍ବରୁ ମନ୍ଦିର ଭତରେ ରଥଯାତ୍ରା ହେବାର ନଜିର ରହିଛି । ୧୬୦୦ରୁ ୧୮୦୦ ଖ୍ରଷ୍ଟାଦ୍ଧ ମଧ୍ୟରେ ରଥଯାତ୍ରା ମନ୍ଦିର ଭିତରେ ହୋଇଥିଲା ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

5 × 5 =