ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ଆଇଟିଆର୍ ୪ ନମ୍ବର ଲଞ୍ଚପ୍ୟାଡରୁୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ଷେପଣାସ୍ତ୍ର ସୌର୍ଯ୍ୟ କେ-୧୫ର ପରୀକ୍ଷା ସଫଳ ହୋଇଛି । ଆଜି ଦିନ ୧୧ଟା ୪୦ରେ ଏହାର ପରୀକ୍ଷଣ କରାଯାଇଛି । ଏହି ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ୭୫୦ କିଲୋମିଟର ବା ୪୬୬ ମାଇଲ ଯାଏ ଲକ୍ଷ୍ୟ ଭେଦ କରିପାରିବ । ହଜାରେ କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିବାରେ ଏହାର କ୍ଷମତା ରହିଛି ।
କେ-୧୫ହେଉଛି ବୁଡାଜାହାଜ ଦ୍ୱାରା ଦୁଇ ପର୍ଯ୍ୟାୟରେ ପରୀକ୍ଷା କରାଯାଉଥିବା ମିଜାଇଲ୍ । ଏହି ମିଜାଇଲ୍ ସ୍ଥଳଭାଗରୁ ପରୀକ୍ଷଣ କରାଯାଇଛି । ଏହାର ଗତିପଥକୁ ଟ୍ରାକ କରିବା ପାଇଁ ରାଡାର୍ ଏବଂ ଇଲେକଟ୍ରୋନିକ୍ସ ଟ୍ରାକିଂ ମେସିନ୍ ବ୍ୟବହାର କରାଯାଇଥିଲା । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ୧୯୯୦ ମସିହାରେ ହାଇଦ୍ରାବାଦ ସ୍ଥିତ ଭାରତୀୟ ପ୍ରତିରକ୍ଷା ଗବେଶଣା ପ୍ରତିଷ୍ଠାନ ଦ୍ୱାରା ଏହାକୁ ତିଆରି କରାଯାଇଥିଲା । ଯାହା ୨୦୦୧ ମସିହାରେ ପ୍ରଥମକରି ଗୁଜରାଟର ହାଜିରା ସମୁଦ୍ରରୁ ହରିହନ୍ତ ବୁଡା ଯାହାଜରୁ ଏହାର ପରିକ୍ଷା କରାଯାଇଥିଲା ।
ଏହି ମିଜାଇଲ୍ ଲଞ୍ଚପ୍ୟାର୍ଡରୁ ବାହାରିବା ପାଇଁ ଗ୍ୟାସ ବୁଷ୍ଟର ବ୍ୟବାହର କରାଯାଇଥାଏ । ଏହି କ୍ଷେପଣାସ୍ତ୍ର ଭୂ-ପୃÂରୁ ଏକ ନିଦ୍ଧିଷ୍ଟ ଉଚ୍ଚତାକୁ ଉଠିବା ପରେ ଏକ କଠିନ ରକେଟ୍ ମୋଟରକୁ ଗୁଳିକରିଥାଏ । ଆଜିର ଏହି ପରୀକ୍ଷା ବେଳେ ଏହାର ଗତିପଥକୁ ଟ୍ରାକ କରିବା ପାଇଁ ରାଡାର ଓ ଇଲୋକଟ୍ରୋନିକ୍ସ ଟ୍ରାକିଂ ମେସିନ୍ ବ୍ୟବହାର କରାଯାଇଥିଲା ।