ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାକୁ ଲାଗିଥିବା ବେଳେ ଖୋଦ୍ ରାଜଧାନୀରେ ସ୍ଥ୍ିତି ସଙ୍ଗିନ ଆଡକୁ ଗତି କରୁଛି । ଆଜି କ୍ୟାପିଟାଲ ହସ୍ପିଟାଲ୍ ୨ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୟାପିଟାଲ ହସ୍ପିଟାଲ ନିଦେ୍ର୍ଧଶକ ଡା. ଲକ୍ଷ୍ମୀଧର ସାହୁ ଦେଇଥିବା ସୂଚନା ଅନୁଯାୟୀ, ଜଣେ ଶଲ୍ୟ ଓ ଅନ୍ୟ ଜଣେ ଭେଷଜ ବିଭାଗର ଡାକ୍ତର । ଉକ୍ତ ୨ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କର ଟେଷ୍ଟିଂ କରାଯାଇଛି । ସମସ୍ତେ ନେଗେଟିଭ୍ ଅଛନ୍ତି । ସେମାନଙ୍କର ପୁଣି ଥରେ ଆରଟିପିସିଆର କରାଯିବ ବୋଲି କ୍ୟାପିଟାଲ ହସ୍ପିଟାଲ୍ ନିଦେ୍ର୍ଧଶକ କହିଛନ୍ତି ।