ଖୋର୍ଦ୍ଧାକୁ ଟପିଲା କଟକ

ଭୁବନେଶ୍ୱର: ମହାମାରୀ କରୋନାରେ ଦ୍ୱିତୀୟ ଲହର ସଂକ୍ରମଣ ରାଜ୍ୟରେ ହ୍ରାସ ପାଇଥିଲା ବେଳେ ମୃତ୍ୟୁ ସଂଖ୍ୟା ଥମୁନାହିଁ । ଆଜି ଗୋଟିଏ ଦିନରେ ରାଜ୍ୟରେ ୪୬ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ରାଜ୍ୟରେ ୩,୨୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୫ ଜଣଙ୍କର ମୃତ୍ୟୁ ଘଟିଛି । ସେହିଭଳି କଟକ ଜିଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଢେଙ୍କାନାଳ ଜିଲାରୁ ୩, ଗଞ୍ଜାମରୁ ୩, କେନ୍ଦୁଝର, ଜଗତସିଂହପୁର, ଝାରସୁଗୁଡା, କଳାହାଣ୍ଡି ଜିଲାରୁ ଜଣେ, କେନ୍ଦ୍ରାପଡାରୁ ୩ ଜଣ ଏବଂ ଅନୁଗୁଳ, ବାଲେଶ୍ୱର ଓ ବରଗଡ ଜିଲାରୁ ଜଣେ , କୋରାପୁଟ, ମୟୁରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ନୟାଗଡ ଜିଲାରୁ ୪, ପୁରୀ ଜିଲାରୁ ୪, ସମ୍ବଲପୁର ଜିଲାରୁ ୩, ସୁବର୍ଣ୍ଣପୁରରୁ ୨ ଏବଂ ସୁନ୍ଦରଗଡ ଜିଲାରୁ ୩ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି ।
ଆଜି ସଂକ୍ରମିତଙ୍କ ମଧ୍ୟରୁ ୧୮୩୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୩୮୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି କଟକ ଜିଲ୍ଲାରୁ ସର୍ବାଧିକ ସର୍ବାଧିକ ୬୧୯ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୯୧ଜଣ, ବାଲେଶ୍ୱରରୁ ୨୦୮ଜଣ, ବରଗଡ଼ରୁ ୨୪ ଜଣ, ଭଦ୍ରକରୁ ୧୪୧ଜଣ, ବଲାଙ୍ଗୀରରୁ ୨୨ ଜଣ, ବୌଦ୍ଧରୁ ୧୬ଜଣ, କଟକରୁ ୬୧୯ଜଣ, ଦେବଗଡ଼ରୁ ୭ ଜଣ, ଢେଙ୍କାନାଳରୁ ୪୧ଜଣ, ଗଜପତିରୁ ୯ ଜଣ, ଗଞ୍ଜାମରୁ ୨୪ ଜଣ, ଜଗତସିଂହପୁରରୁ ୨୧୨ ଜଣ, ଯାଜପୁରରୁ ୧୯୦ ଜଣ, ଝାରସୁଗୁଡ଼ାରୁ ୯ ଜଣ, କଳାହାଣ୍ଡିରୁ ୨୫ ଜଣ, କନ୍ଧମାଳରୁ ୨୫ ଜଣ, କେନ୍ଦ୍ରାପଡ଼ାରୁ ୧୭୯ଜଣ, କେଉଁଝରରୁ୬୪, ଖୋର୍ଦ୍ଧାରୁ ୪୨୨ ଜଣ, କୋରାପୁଟରୁ ୫୩ଜଣ, ମାଲକାନଗିରିରୁ ୬୬ଜଣ, ମୟୁରଭଞ୍ଜରୁ ୧୯୫ଜଣ, ନବରଙ୍ଗପୁରରୁ ୨୩ ଜଣ, ନୟାଗଡ଼ରୁ ୧୧୪ଜଣ, ନୂଆପଡ଼ାରୁ ୧୬ଜଣ, ପୁରୀରୁ ୧୮୮ଜଣ, ରାୟଗଡ଼ାରୁ ୬୧ଜଣ, ସମ୍ୱଲପୁରରୁ ୩୧ଜଣ, ସୋନପୁରରୁ ୧୨, ସୁନ୍ଦରଗଡ଼ରୁ ୬୬ ଓ ଷ୍ଟେଟ ପୁଲରୁ ୬୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୯,୧୬,୧୦୯ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୮,୮୦ ,୯୯୭ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୩୦, ୯୫୦ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

Leave A Reply

Your email address will not be published.

10 − 3 =