କଟକ: କରୋନା ଭୂତାଣୁ ସଂକ୍ରମଣକୁ ନେଇ ଦେଖାଦେଇଥିବା ସ୍ଥିତିର ନିୟନ୍ତ୍ରଣ ପାଇଁ ଖୋର୍ଦ୍ଧା, କଟକ ଓ ଗଞ୍ଜାମ ସହିତ ରେଡ୍ ଜୋନରେ ଥିବା ସମସ୍ତ ଜିଲା ଓ ଅଞ୍ଚଳକୁ ୧୫ଦିନ ପାଇଁ ସଟଡାଉନ୍ ଘୋଷଣା କରାଯାଉ ଦର୍ଶାଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି ।
ହାଇକୋର୍ଟ ବାର୍ ଆସୋସିଏସନର ପୂର୍ବତନ ଯୁଗ୍ମସଂପାଦକ ଆଇନଜୀବୀ ଦିଲ୍ଲୀପ କୁମାର ରାୟଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ, ଜୁଲାଇ ମାସରୁ ରାଜ୍ୟରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ଗଞ୍ଜାମର ସ୍ତିତି ପୂର୍ବରୁ ଚିନ୍ତାଜନକ ଥିବା ବେଳେ ଏବେ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ପ୍ରତିଦିନ ୫ଶହରୁ ଅଧିକ କରୋନା ଭୂତାଣୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ରାଜ୍ୟର ଆଉ କେତେକ ଜିଳ୍ଲା ମଧ୍ୟ ହଟ୍ ସ୍ପଷ୍ଟ ହୋଇ ସ୍ପଷ୍ଟ ହୋଇ ସାରିଲାଣି । ଯଦି ହଟ୍ ସ୍ପଟ୍ ଅଞ୍ଚଳ ଗୁଡିକୁ ଏବେ ସଟ୍ ଡାଉନ୍ କରା ନଯିବ ତେବେ ସଂକ୍ରମଣ ଅଧିକ ବଢିବ ଓ କେହି ବାଦ ପଡିବେ ନାହିଁ । ତେଣୁ କରୋନା ସଂକ୍ରମଣ ଚେନ୍କୁ ଭାଙ୍ଗିବା ପାଇଁ ତୁରନ୍ତ ଖୋର୍ଦ୍ଧା, କଟକ ଓ ଗଞ୍ଜାମ ଜିଲ୍ଲା ସହିତ ଅନ୍ୟ ହଟ୍ସ୍ପଟ୍ ଅଞ୍ଚଳକୁ ୧୫ ଦିନ ପାଇଁ ସଟଡାଉନ୍ ଘୋଷଣା କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ମାମଲାରେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ସ୍ୱତନ୍ତ୍ର ରିଲିଫ କମିସନର, ସ୍ୱାସ୍ଥ୍ୟ ସଚିବ, ଖୋର୍ଦ୍ଧା, କଟକ, ଗଞ୍ଜାମର ଜିଲ୍ଲାପାଳ, ଭୁବନେଶ୍ୱର, କଟକ, ବ୍ରହ୍ମପୁର ପୌର ନିଗମ ଓ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଛି ।