ଭୁବନେଶ୍ୱର,୧୪ ।୦୬(ନି.ପ୍ର.): ଗଞ୍ଜାମରେ ବଢ଼ିଲା କରୋନା କଟକଣା । ବଢ଼ୁଥିବା କରୋନାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦେଇ କୁହାଯାଇଛି ଯେ, ସକାଳ ୭ଟାରୁ ଦିନ ୧୨ଟା ଯାଏଁ ଜିଲ୍ଲାରେ ଦୋକାନ ବଜାର ଖୋଲା ରହୁଥିବା ବେଳେ ଦିନ ୧୨ଟା ପରେ ସଟ୍ଡାଉନ୍ ଜାରି ରହିବ ।ଏହି ସମୟ କାଳ ଭିତରେ କେହି ଘରୁ ନ ବାହାରିବାକୁ କଡ଼ାକଡ଼ି ନିର୍ଦେଶ ଦିଆଯାଇଛି । ତେବେ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଉକ୍ତ କଟକଣା ବଳବତର ରହିବ । କିନ୍ତୁ ପରିବହନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇ ନାହିଁ । ଯାତ୍ରୀବାହୀ ଗାଡ଼ି ଉପରେ କଟକଣା ଲାଗୁ ହୋଇଥିଲା ବେଳେ, ଚାଷକାମ ସହ ମନରେଗା କାମ ଉପରେ କଟକଣା ଲଗାଯାଇନାହିଁ । ଏହାବ୍ୟତୀତ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଗଞ୍ଜାମରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ।