ଗ୍ଲୋବାଲ ଟେଣ୍ଡରରୁ ଟିକା ମିଳିବା ଆଶାକ୍ଷୀଣ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାର ସଂକ୍ରମଣକୁ ରୋକିବା ଲାଗି ଟିକାର ଅଭାବ ଦୂର କରିବାକୁ ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡରରୁ ବିଦେଶୀ କମ୍ପାନୀରୁ ଟିକା ଆଣିବା ପାଇଁ କରିଥିବା ନିଷ୍ପତିର ସଫଳତା ନେଇ ଏବେ ସନ୍ଦେହ ବଢିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଲେଖିଥିବା ଚିଠିରୁ ଏହି ସୂଚନା ମିଳିଛି । ମନ୍ତ୍ରୀ ଶ୍ରୀ ଦାସ ଲେଖିଥିବା ଚିଠିରେ ରାଜ୍ୟର ଟିକା ଆବଶ୍ୟକତା ପୂରଣ କରିବାକୁ ଗ୍ଲୋବାଲ ଟେଣ୍ଡର ପାଇଁ ପ୍ରି-ବିଡ୍ ମିଟିଂ କରାଯାଇଥିଲା । ମାତ୍ର ଏଥିରେ କୋଭିସିଲ୍ଡ ଟିକା ପ୍ରସ୍ତୁତ କରିଥିବା ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଏବଂ କୋଭାକ୍ସିନ୍ ପ୍ରସ୍ତୁତ କରିଥିବା ଭାରତ ବାୟୋଟେକ୍ ସାମିଲ ହୋଇନଥିଲେ । ରାଜ୍ୟର ଆବଶ୍ୟକତା ଅନୁଯାୟୀ ଏହି ଦୁଇ କମ୍ପାନୀ ଟିକା ଯୋଗାଇ ପାରୁନାହାଁନ୍ତି ।
ଅନ୍ୟପକ୍ଷରେ ଗ୍ଲୋବାଲ ଟେଣ୍ଡର ଜରିଆରେ ଓଡିଶା ସରକାର ବିଦେଶୀ କମ୍ପାନୀ ଠାରୁ ଟିକା କିଣିବାକୁ ଚାହୁଁଛନ୍ତି । ମାତ୍ର ଅନ୍ୟ ରାଜ୍ୟରେ ହୋଇଥିବା ଗ୍ଲୋବାଲ ଟେଣ୍ଡରରେ କେହି ବିଦେଶୀ କମ୍ପାନୀ ରାଜ୍ୟକୁ ଟିକା ଯୋଗାଣ ପାଇଁ ରାଜି ହେଉନଥିବା ମିଡିଆ ରିପୋର୍ଟ ପ୍ରକାଶ ପାଇଛି । ମଡର୍ଣ୍ଣା ଓ ଫାଇଜର ଭଳି ବିଦେଶୀ କମ୍ପାନୀ କେବଳ କେନ୍ଦ୍ର ସରକାରଙ୍କ ସହ ଚୁକ୍ତିନାମ।। କରିବାକୁ ଚାହୁଁଛନ୍ତି । ତେଣୁ କେନ୍ଦ୍ର ସରକାର ବିଦେଶୀ କମ୍ପାନୀଙ୍କ ଠାରୁ ଟିକା ଆଣି ରାଜ୍ୟକୁ ଯୋଗାଇ ଦେବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି । ରାଜ୍ୟ ସରକାର ଟିକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି କହିଛନ୍ତି । ଆହୁରି ମଧ୍ୟ ଟିକା ନିୟମ କୋହଳ କରିବାକୁ ସେ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

9 + 15 =