ଭୁବନେଶ୍ୱର: ତାନବନ୍ଦ ବେଳେ ଘରକୁ ଯାଇ ଅଭିଯୋଗ ଶୁଣିଲା କମିସନରେଟ ପୋଲିସ । ଫୋନରେ ଅଭିଯୋଗ ପାଇ ଘରକୁ ଯାଇ ଏତଲା ଆଣିଲା ନୟାପଲ୍ଲୀ ଥାନା ଅଧିକାରୀ ୫୦୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ପୋଲିସ । ଆଜିଠାରୁ ସାରା ରାଜ୍ୟରେ ଲକଡାଉନ୍ । ଭୁବନେଶ୍ୱରରେ ତାଲାବନ୍ଦ ବେଳେ ଘରକୁ ଯାଇ ଲୋକଙ୍କ ଅଭିଯୋଗ ଗ୍ରହଣ କରୁଛି କମିସନରେଟ ପୋଲିସ । ଏଫଆଇଆର ଆଣିବ ଏବଂ ହ୍ୱାଟସଆପ ଓ ଇ-ମେଲ ଜରିଆରେ ଅଭିଯୋଗକାରୀଙ୍କୁ ପାଖକୁ ଏତଲା କପି ପଠାଯିବ ବୋଲି କହିଥବଲେ ଭୁବନେଶ୍ୱର ଡିସିପି ଡକ୍ଟର ଉମାଶଙ୍କର ଦାସ । ଏହା ସହ ଲୋକେ ନିଜର ଅସୁବିଧା ସମ୍ପର୍କରେ ଜଣାଇବା ପାଇଁ ଥନାକୁ ନଆସି ଥାନାର ଲ୍ୟାଣ୍ଡଲାଇନ ଫୋନ ନମ୍ବର କିମ୍ବା ଆଇଆଇସିଙ୍କୁ ଫୋନ କରି ଜଣାଇପାରିବେ । ଏହା ସହ ତାଲାବନ୍ଦ ବେହେଳ ଜରୁରୀକାଳୀନ ସେବା ଯଥା ମେଡିକାଲକୁ ଯାଉଥିଲେ ୧୦୦କୁ ଫୋନ କରି ଚେକ୍ ପୋଷ୍ଟରେ ଯାଇପାରିବେ ରାଜଧାନୀବାସୀ । ଏହା ସହ ଅମାନିଆ ହୋଇ, ତାଲାବନ୍ଦ ବେଳେ ବଜାରରେ ବୁଲିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ସୁଚନା ଦେଇଥିଲେ । ଆଉ ଆଜି ଲକଡାଉନ୍ ଆରମ୍ଭ ହୋଇଥିବା ବେଳେ ପୋଲିସର ତାର ପୁର୍ବ ପପ୍ରତିଶୃତି ମୁତାବକ ଅଭିଯୋଗକାରୀଙ୍କ ଘରକୁ ଯାଇ ଏତଲା ଗ୍ରହଣ କରିଛି ।