ଚମ୍ପୁଆ କୈରାଲୀ କଲେଜ ଅଫ୍ ନର୍ସିଂ, ଚଳିତ ଶିକ୍ଷା ବର୍ଷରୁ ଵିଏସସି ନର୍ସିଂରେ ପାଠପଢ଼ା ଆରମ୍ଭ

ଚମ୍ପୁଆ : ଓଡିଶାର ଶିକ୍ଷା ଓ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଶିକ୍ଷାନଗରୀସ୍ଥିତ କୈରାଲୀ ଓ୍ଵଏଲଫେୟାର ଆଣ୍ଡ ଏଜୁକେଶନାଲ ଟ୍ରଷ୍ଟକୁ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡ଼ି ହୋଇଯାଇଛି । ଏହି ପରିସରରେ ଚଳିତ ଶିକ୍ଷା ବର୍ଷରୁ ଖୋଲାଯାଇ ଥିବା କୈରାଲୀ କଲେଜ ଅଫ ନର୍ସିଂରେ ଵିଏସସି ନର୍ସିଂ ପାଠ୍ୟକ୍ରମରେ ଶିକ୍ଷାଦାନ ଆରମ୍ଭ ହୋଇଥିବା କଲେଜର ଅଧ୍ୟକ୍ଷ ଡ଼ଃ.ଵି.ରମାରାଜୁ ପ୍ରକାଶ କରିଛନ୍ତି । ପାରମ୍ପରିକ ପୂଜାର୍ଚ୍ଚନା ପରେ ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଥିଲା । ଏହି ପାଠ୍ୟକ୍ରମ ଡିଏମଇଟି ଓଡ଼ିଶା ସରକାରଙ୍କ ଦ୍ଵାରା ଅନୁମୋଦିତ ହୋଇଥିବା ବେଳେ ଓଡ଼ିଶା କଲେଜ ଅଫ ନର୍ସିଂ କାଉନସିଲ ଦ୍ଵାରା ସ୍ଵୀକୃତି ପାଇଛି । ସେହିପରି ଉତ୍ତର ଓଡିଶା ବାରିପଦାସ୍ଥିତ ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ଦ୍ଵାରା ଏହା ଅନୁବନ୍ଧିତ ମଧ୍ୟ । ବିଭିନ୍ନ ଅଭିଞ ଅଧ୍ୟାପକ ମଣ୍ଡଳୀ, ଅତ୍ୟାଧୁନିକ ଶୈଖିଣ ପ୍ରଣାଳୀ, ଉଚ୍ଚ ମାନର ଵିଜ୍ଞାନାଗାର, ଶ୍ରେଣୀଗୃହ ଛାତ୍ର ଛାତ୍ରୀ ମାନଙ୍କର
ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳର ମେଧାବୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହି ଅନୁଷ୍ଠାନ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି । ଏଥିପାଇଁ ଟ୍ରଷ୍ଟର ଅଧ୍ୟକ୍ଷ ଡ଼ଃ.ରାଜମୋହନ ପି.ଏସଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପକୁ ଅଞ୍ଚଳବାସୀ ସ୍ଵାଗତ କରିବା ସହ କୃତଜ୍ଞତା ଜ୍ଞାପନ ମଧ୍ୟ କରିଛନ୍ତି । 

Leave A Reply

Your email address will not be published.

9 + 4 =