ଭୁବନେଶ୍ୱର: ଚଳିତ ସପ୍ତାହରେ ସିଲାବସ କମିବା ଉପରେ ନିଷ୍ପତି ନିଆଯିବ ଓ ଛାତ୍ରଛାତ୍ରୀଙ୍କ ଦ୍ୱନ୍ଦ୍ୱ ଦୁର ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଆଜି କହିଛିନ୍ତି । ସେ ପ୍ରକାଶ କରିଛନ୍ତି ଯେ ସିଲାବସ ସମ୍ପର୍କରେ ପ୍ରମୁଖ ଗଣଶିକ୍ଷା ସଚିବଙ୍କ ଦ୍ୱାରା ଏଥିନେଇ ଯାଞ୍ଚ ଚାଲିଛି । ତିନିଟି ବିଶେଷଜ୍ଞ କମିଟି ଏ ସମ୍ପର୍କରେ ରିପୋର୍ଟ ଦେଇଛନ୍ତି । ତେବେ କେତେ ପ୍ରତିଶତ ସିଲାବସ କମିବ ସେଥିନେଇ ଏଯାଏ ନିଷ୍ପତି ହୋଇନଥିବା ଗଣଶିକ୍ଷା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତିି । ସିବିଏସଇ ସିଲାବସ କାଟିବା ପରେ କିଛି ବିଷୟକୁ ନେଇ ଦ୍ୱନ୍ଦ ଥିଲା । ତାହା ଯେପରି ନହେବ ତା’ଉପରେ ନଜର ରଖାଯାଇଛି । କେତେ ପ୍ରତିଶତ ସିଲାବସ କମିବ, ସ୍କୁଲ ଗୁଡ଼ିକ ଖୋଲିବା ଉପରେ ତାହା ନିର୍ଭର କରୁଛି ବୋଲି ମନ୍ତ୍ରୀ କହିଛନ୍ତି ।