ଚିନ୍ତା ବଢାଇଲା ଡେଙ୍ଗୁ : ଭୁବନେଶ୍ୱରରେ ୪୫୩ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟର ମହାମାରୀ କରୋନାର ଦ୍ୱିତୀୟ ଲହର ଥମିନଥିବା ତଥା ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ କାୟା ବିସ୍ତାର ଜାରୀ ରଖିଥିବା ବେଳେ ଏବେ ଡେଙ୍ଗୁ ଆତଙ୍କ ସୃଷ୍ଟି କରିଛି । ରାଜଧାନୀରେ ୨୪ଘଣ୍ଟାରେ ପୁଣି ୩୨ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ଭୁବନେଶ୍ୱରର ଡେଙ୍ଗୁ ରୋଗୀ ସଂଖ୍ୟା ୪୫୩କୁ ବୃଦ୍ଧି ପାଇଛି ।
ସୂଚନାଯୋଗ୍ୟ ଯେ, ଗତ ମଙ୍ଗଳବାର ଦିନ ୩୦ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ପ୍ରତି ସମ୍ବେଦନଶୀଳ ଅଞ୍ଚଳରେ ଦୈନିକ ୨୮୦ଟଙ୍କା ହିସାବରେ ୨୦ଜଣ ଲେଖାଏଁ ଲୋକଙ୍କୁ ନିୟୋଜିତ କରିବାକୁ ଯୋଜନା କରୁଛି ସ୍ୱାସ୍ଥ୍ୟ ବିଭାଗ । ସଫେଇ ଓ ସଚେତନତା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀଙ୍କ ସହ ସ୍ୱଚ୍ଛସାଥୀଙ୍କୁ ବିଭିନ୍ନ ୱାର୍ଡରେ ନିୟୋଜିତ କରାଯାଇଛି । ବିଏମ୍‌ସି ପାଇଁ ଏବେ ସୃଷ୍ଟି ହୋଇଛି ଡେଙ୍ଗୁ ନିୟନ୍ତ୍ରଣ ଚ୍ୟାଲେଞ୍ଜ । ଏଥିପାଇଁ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।
ଅନ୍ୟପକ୍ଷରେ କଟକ ବଡ ଡାକ୍ତରଖାନାରେ ଦିନକୁ ଦିନ ବୃଦ୍ଧି ପାଉଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଖୋଲା ଯାଇଥିବା ସ୍ୱତନ୍ତ୍ର ୱାର୍ଡରେ ଗତକାଲି ପୁଣି ୫ଜଣ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି । ଫଳରେ ୱାର୍ଡ଼ରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରେ ଭଦ୍ରକରୁ ୨ଜଣ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ କଟକର ଗୋବିନ୍ଦପୁର ଅଞ୍ଚଳରୁ ଜଣେ ଲେଖାଏଁ ସଂକ୍ରମିତ ଭର୍ତ୍ତି ହୋଇଛନ୍ତି । ଜଗତସିଂହପୁର ଜିଲ୍ଳାରେ ଆଜି ୫ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବା କୁହାଯାଇଛି ।

Leave A Reply

Your email address will not be published.

ten − 1 =