ଚିନ୍ତା ବଢାଇଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ଲହରରେ ରାଜ୍ୟରେ ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଥିଲା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି । ଏବେ ସରକାରଙ୍କ ଚିନ୍ତା ବଢାଇଦେଇଛି । ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୬, କଟକରୁ ୫, ଅନୁଗୁଳ ଓ ବରଗଡରୁ ୪ ଲେଖାଏଁ, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଗଞ୍ଜାମ ଓ ନୟାଗଡରୁ ୩ ଲେଖାଏଁ, ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀରୁ ୨ ଲେଖାଏଁ ଏବଂ ବଲାଙ୍ଗୀର, ଯାଜପୁର, ରାୟଗଡା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାସହ ମୋଟ ମୃତ୍ୟୁ ସଂଖ୍ୟା ୩ ହଜାର ୨୫୭ରେ ପହଞ୍ଚିଛି ।
ଅନ୍ୟପକ୍ଷରେ ରାଜ୍ୟରେ ଆଜି ଦିନକରେ ୪,୮୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୭୬୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୨୦୮୭ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୯ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୨୭୫ଜଣ, ବାଲେଶ୍ୱରରୁ ୩୬୪ଜଣ, ବରଗଡ଼ରୁ ୬୧ ଜଣ, ଭଦ୍ରକରୁ ୨୨୨ଜଣ, ବଲାଙ୍ଗୀରରୁ ୩୧ ଜଣ, ବୌଦ୍ଧରୁ ୫୭ଜଣ, କଟକରୁ ୫୦୫ଜଣ, ଦେବଗଡ଼ରୁ ୨୦ ଜଣ, ଢେଙ୍କାନାଳରୁ ୧୫୦ଜଣ, ଗଜପତିରୁ ୪୮ ଜଣ, ଗଞ୍ଜାମରୁ ୪୦ ଜଣ, ଜଗତସିଂହପୁରରୁ ୧୮୦ ଜଣ, ଯାଜପୁରରୁ ୩୮୨ ଜଣ, ଝାରସୁଗୁଡ଼ାରୁ ୧୬ଜଣ, କଳାହାଣ୍ଡିରୁ ୬୦ ଜଣ, କନ୍ଧମାଳରୁ ୮୩ ଜଣ, କେନ୍ଦ୍ରାପଡ଼ାରୁ ୨୮୭ଜଣ, କେଉଁଝରରୁ ୯୬ଜଣ, ଖୋର୍ଦ୍ଧାରୁ ୬୪୯ ଜଣ, କୋରାପୁଟରୁ ୮୮ ଜଣ, ମାଲକାନଗିରିରୁ ୮୯ଜଣ, ମୟୁରଭଞ୍ଜରୁ ୨୧୦ଜଣ, ନବରଙ୍ଗପୁରରୁ ୧୦୮ ଜଣ, ନୟାଗଡ଼ରୁ ୧୩୬ଜଣ, ନୂଆପଡ଼ାରୁ ୨୨ଜଣ, ପୁରୀରୁ ୨୩୭ଜଣ, ରାୟଗଡ଼ାରୁ ୧୦୫ ଜଣ, ସମ୍ୱଲପୁରରୁ ୪୧ଜଣ, ସୋନପୁରରୁ ୩୫, ସୁନ୍ଦରଗଡ଼ରୁ ୧୫୭ ଓ ଷ୍ଟେଟ ପୁଲରୁ ୯୮କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୮,୪୭, ୩୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୭,୮୧,୪୮୮ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୬୨, ୫୧୫ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

Leave A Reply

Your email address will not be published.

five × three =