ଚୀନରୁ ଆସିଲା ୧୩୫୦ ଅକ୍ସିଜେନ୍ ସିଲିଣ୍ଡର

ଭୁବନେଶ୍ୱର: ରାଜ୍ୟରେ ଅକ୍ସିଜେନ ମହଯୁଦ ପାଇଁ ଚୀନ୍‌ରୁ ଆଜି ସିଧାସଳଖ ୧୩୫୦ଟି ସିଲିଣ୍ଡର ଭୁବନେଶ୍ୱର ପହଞ୍ଚିଛି। ଖୁବଶୀଘ୍ର ଏହି ଅକ୍ସିଜେନ୍ ସିଲିଣ୍ଡରଗୁଡିକୁ ରାଜ୍ୟର ବିଭିନ୍ନ ମେଡିକାଲ୍‌କୁ ପଠାଯିବ । ସେହିପରି ଅବଶ୍ୟକସ୍ଥଳେ ଅକ୍ସିଜେନ୍ ସିଲିଣ୍ଡରକୁ ମହଜୁଦ୍ ରଖାଯିବ । ଚୀନ୍‌ରୁ ଆସିଥିବ ଏହି ସିଲିଣ୍ଡର ଏବଂ ଆଗକୁ ଆସିବାକୁ ଥିବା ସିଲିଣ୍ଡର କରୋନା ମୁକାବିଲା ଦିଗରେ ବେଶ ସହାୟକ ହେବ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ।
ଅକ୍ସିଜେନ୍ ଅଭାବରୁ କୌଣସି ରୋଗୀ ଯେମିତି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ସେନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ମଧ୍ୟ ଟ୍ୱିଟ୍ କରି ଲେଖିଛନ୍ତି ଅସିତ୍ ତ୍ରିପାଠୀ ।
ଚୀନ୍‌ରୁ ଅକ୍ସିଜେନ୍ ସିଲିଣ୍ଡର ଆସିବା ଦେଶରେ ପ୍ରଥମ । ଅକ୍ସିଜେନ୍ ଅଭାବରୁ ଯେପରି କେହି ଅସୁବିଧାରେ ନ ପଡନ୍ତୁ ଚାହାଁନ୍ତି ମୁଖ୍ୟମନ୍ତ୍ରୀ । ଅତି ଶିଘ୍ର ରାଜ୍ୟର ସବୁ ମେଡିକାଲ୍‌କୁ ଯୋଗାଇ ଦିଆଯିବ ସିଲିଣ୍ଡର । ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ଆସନ୍ତା ସପ୍ତାହରେ ରାଜ୍ୟକୁ ଆଉ ୯୫୦୦ଟି ଅକ୍ସିଜେନ ସିଲିଣ୍ଡର ଆସିବ ବୋଲି ଶ୍ରୀ ତ୍ରିପାଠି କହିଛନ୍ତି ।
ଅନ୍ୟପକ୍ଷରେ ରାଜ୍ୟରେ ଯଥେଷ୍ଟ ପରିମାଣର ମେଡିକାଲ ଅକ୍ସିଜେନ୍ ମହଜୁଦ ରହିଛି ଏବଂ ଅକ୍ସିଜେନ୍ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ସମ୍ପର୍ଣ ଆତ୍ମନିଭରଶୀଳ ସ୍ୱାସ୍ଥ୍ୟବିଭାଗର ଅତିରିକ୍ତ ମୁଖ୍ୟସଚିବ ଶ୍ରୀ ପି କେ ମହାପାତ୍ର କହିଛନ୍ତି । ବର୍ତମାନ ସୁଦ୍ଧା ଓଡ଼ିଶା ୧୪ଟି ରାଜ୍ୟକୁ ୨୫ ହଜାର ମେଟ୍ରକି ଟନରୁ ଅଧିକ ମେଡିକାଲ ଅକ୍ସିଜେନ୍ ପଠାଇସାରିଲେଣି । ଦିଲ୍ଲୀ, ଆନ୍ଧ୍ର, ମହାରାଷ୍ଟ୍ର ସମେତ ୧୪ଟି ରାଜ୍ୟରେ କରୋନା ମହାମାରୀ ସମୟରେ ଦେଖାଦେଇଥିବା ଅକ୍ସିଜେନ୍ ଅଭାବପୁରଣ ପାଇଁ ଓଡ଼ିଶା ଏହି ଅକ୍ସିଜେନ୍ ଯୋଗାଣ ଅବ୍ୟାହତ ରଖିଛି ।

Leave A Reply

Your email address will not be published.

7 − 1 =