ଛତିଶଗଡ ହାତୀ ପାଇଁ ଓଡିଶାରେ ଆତଙ୍କ

 ଛତିଶଗଡ଼ ରାଜରାସ୍ତା ଅତିକ୍ରମ କଲେ ୫୦ରୁ ଉର୍ଦ୍ଧ ହାତୀପଲ 

ରାଇଘର : ଛତିଶଗଡ଼ ସୀମାନ୍ତରେ ଲଗାତାର ହାତୀପଲ ଓଡ଼ିଶା ପ୍ରବେଶ କରି ବହୁ ଧନ ଜୀବନ ନଷ୍ଟ କରୁଥିବା ବେଳେ ସ୍ଥାନୀୟ ବନ ବିଭାଗ ଏହାକୁ ନିୟନ୍ତ୍ରଣ କରିବାରେ ସେଭଳି ଆଖିଦୁର୍ଶିଆ ସଫଳତା ହାସଲ କରି ପାରି ନାହିଁ | ଫଳରେ ଓଡ଼ିଶା ସୀମାନ୍ତରେ ରହିଥିବା ଜଙ୍ଗଲଗ୍ରାମର ଲୋକେ ସଦା ସର୍ବଦା ଭୟଭୀତ ହୋଇ ଆତଙ୍କିତ ଅବସ୍ଥାରେ ରହୁଥିବା ଦେଖିବାକୁ ମିଳୁଛି | ଏହିି ଅବସରରେ ଗତକାଲି ଦିନ ଦ୍ବିପହାର‌ରେ ସୀତାନଦୀ ଅଭୟାରଣ୍ୟରେ ୫୦ରୁ ଉର୍ଦ୍ଧ ହାତୀର ଏକ ହାତୀପଲ ମୁଖ୍ୟ ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଥିଲା | ଏହି ହାତୀପଲ ଓଡ଼ିଶା ସୀମାନ୍ତ ଅଂଚଳରେ ବିଚରଣ କରୁଥିବା ଯୋଗୁଁ ଅତି ନିକଟରେ ସେମାନେ ଓଡ଼ିଶାରେ ପ୍ରବେଶ କରିବା ସମ୍ଭାବନା ରହିଛି |  ଗତ ଅଢେଇ ବର୍ଷ ଧରି ଛତିଶଗଡ଼ ଅଞ୍ଚଳରୁ ହାତୀପଲ ଲଗାତାର ପଶି ଆସି ଆତଙ୍କ ଖେଳାଉଥିବା ସହିତ ଗତ ବର୍ଷ ଡିସେମ୍ବର ମାସରେ ସିଉନାପାଲି ଗ୍ରାମର ଜଣେ ବୃଦ୍ଧଙ୍କୁ ଦଳି ଦଳି ମାରି ଦେଇଥିବା ଘଟଣା ପରେ ଏବେ ହାତୀପଲ କୁ ନେଇ ସୀମାନ୍ତ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି | ପ୍ରକାଶ ଥାଉକି ଗତ ଦୁଇ ବର୍ଷ ଧରି ଏହି ହାତୀପଲ  ୮ରୁ ଆରମ୍ଭ କରି ବର୍ତ୍ତମାନ ୫୦ ରେ ପହଞ୍ଚିଥିବା ବେଳେ  ସୀମାନ୍ତ ଅଂଚଳରେ ଆସି ଫସଲ ନଷ୍ଟ କରିବା ସହିତ ଘର ଦ୍ବାର ଭଙ୍ଗାଋଜା କରି ଆସୁଛନ୍ତି l ଏଥିରେ କ୍ଷତିଗ୍ରସ୍ତ ହୋଇଥିବା ସୀମାନ୍ତ ଗ୍ରାମ ଗୁଡ଼ିକ ମଧ୍ୟରୁ  କୁନ୍ଦେଇ, ହାଟଭରଣ୍ଡି, ଖିଲୋଲି ଗ୍ରାମର ଲୋକେ ପ୍ରାୟ ସମୟରେ ହାତୀପଲକୁ ନେଇ ଭୟଭୀତ ଅବସ୍ଥାରେ ରହି ଆସୁଛନ୍ତି |  

Leave A Reply

Your email address will not be published.

six + 17 =