ଜାଭିଅରରେ ୪୫ ଛାତ୍ରଛାତ୍ରୀ ଆକ୍ରାନ୍ତ

ଭୁବନେଶ୍ୱର: ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଆଜି ରାଜ୍ୟରେ ଉପର ମୁହାଁ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ଥିବା ମ୍ୟାନେଜ୍ମେଂଟ ଶିକ୍ଷାନୁଷ୍ଠାନ ଜାଭିଅର୍ ବିଶ୍ୱବିଦ୍ୟାଳରେ ୪୫ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକ କରୋନା ଆକ୍ରାନ୍ତ ହୋଇଛନ୍ତି ।
ଏସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ପ୍ରଦୀପ କୁମାର ଜେନା ସୂଚନା ଦେଇ କହିଛନ୍ତିି ଯେ, କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଏହି ୪୫ ଜଣଙ୍କ ଟ୍ରାଭେଲ୍ ହିଷ୍ଟି୍ର ଟ୍ରାକ୍ କରାଯାଉଛି ।
ଜାଭିଅର୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଜ୍ମେେଂଟ ଭୁବନେଶ୍ୱରରେ ବହୁ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହି ଶିକ୍ଷାନୁଷ୍ଠାନକୁ ବିଏମ୍ସି ସିଲ୍ କରିଥିବା ଜଣାଯାଇଛି । ଏହି ଶିକ୍ଷାନୁଷ୍ଠାନ ଭିତରକୁ କେବଳ ବିଏମସି କର୍ମଚାରୀମାନଙ୍କୁ ପ୍ରବେଶ ଲାଗି ଅନୁମତି ଦିଆଯାଇଛି । ବିଏମ୍ସି ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।
ଛାତ୍ରଛାତ୍ରୀ ବା ସେମାନଙ୍କ ଅଭିଭାବକମାନଙ୍କୁ ଶିକ୍ଷାନୁଷ୍ଠାନ ଭିତରକୁ ପ୍ରବେଶ ଲାଗି ବାରଣ କରାଯାଇଛି । ଏହାଛଡା ଶିକ୍ଷାନୁଷ୍ଠାନର ସବୁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କର ଆଜି କୋଭିଡ୍ ଟେଷ୍ଟ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ସେହିପରି ସମସ୍ତ ଆକ୍ରାନ୍ତଙ୍କୁ ଗୋଟିଏ ହଷ୍ଟେଲ୍ ରୁମ୍ରେ ଆଇସୋଲେସନ୍ରେ ରହିବାକୁ ବି ନିଦେ୍ର୍ଧଶ ଦିଆଯାଇଛି । ଏନେଇ ବିଏମ୍ସି ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି । ବିଏମ୍ସି ପକ୍ଷରୁ ଅନୁଷ୍ଠାନର କର୍ମଚାରୀ ଏବଂ ଆକ୍ରାନ୍ତମାନଙ୍କୁ ଔଷଧ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଏହା ସହିତ ଅନୁଷ୍ଠାନର ସମସ୍ତ କର୍ମଚାରୀ ଏବଂ ଶିକ୍ଷକମାନଙ୍କର କୋଭିଡ୍ ପରୀକ୍ଷା କରାଯିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି ।
ଏସଆରସି ଶ୍ରୀ ଜେନା କହିଛନ୍ତି ଯେ, ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କରୋନା ସ୍ଥିତି ସମୀକ୍ଷା କରିବେ । ବିଭିନ୍ନ ବିଭାଗର ସଚିବ, ଜିଲ୍ଲାପାଳ ଓ ଏସ୍ପି ମାନଙ୍କ ସହ ସେ କରୋନା ସ୍ଥିତିର ସମୀକ୍ଷା କରିବେ । ପୁଣିଥରେ ସରପଞ୍ଚ, ଆଶା, ଅଙ୍ଗନୱାଡି କର୍ମୀଙ୍କୁ ଦାୟିତ୍ୱ ଦିଆଯିବ । ସେମାନେ ଗାଁକୁ ଆସୁଥିବା ବାହାର ଲୋକଙ୍କ ଉପରେ ନଜର ରଖିବେ । ଗାଁର କୋଭିଡ୍ ପରୁଚାଳନା କମିଟିକୁ ପୁଣି ସକ୍ରିୟ କରାଯିବ । ସ୍ଥିତି ଦେଖି ଲକ୍ଡାଉନ୍ କି ଅନ୍ୟ ଦିଗ ଉପରେ ନିଷ୍ପତି ନିଆଯିବ
ସୂଚନାଯୋଗ୍ୟ ଯେ, ଶୁକ୍ରବାର ଓ ଶନିବାର ଆସିଥିବା ରିପୋର୍ଟରେ ଗୋଟିଏ ଦିନରେ ଯଥାକ୍ରମେ ୧୧୦ ଓ ୧୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ରବିବାର ଆସିôଥବା ରିପୋର୍ଟ ରେ ୯୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଇଥିଲା । କିନ୍ତୁ ଆଜି ପୁଣି ଏହି ସଂଖ୍ୟା ବଢିଛି ।
ସୂଚନାଯୋଗ୍ୟ, କଟକର ଅରୁଣୋଦୟ ନଗରସ୍ଥିତ ଗୋଟିଏ ଘରୋଇ ସାଇନ୍ସ କଲେଜ୍ରେ ଦୁଇଦିନରେ ୨୫ଜଣ ଆକ୍ରାନ୍ତ ହେବା ପରେ ପ୍ରଶାସନର ଚିନ୍ତା ବଢିଯାଇଥିଲା । ପ୍ରଥମେ ୧୨ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଥିଲେ । ପରେ ପୁଣି ୧୩ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଫଳରେ, ପରିସ୍ଥିତିକୁ ଦୃଷ୍ଟିରେ ରଖି୍ ୧୦ ଦିନ ପାଇଁ କଲେଜ୍ ବନ୍ଦ ରଖାଯାଇଛି ।

Leave A Reply

Your email address will not be published.

1 × 2 =