ବଲାଙ୍ଗୀର: ଜିଲ୍ଲାରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ସେଥିପାଇଁ ଏଭଳି ପରିସ୍ଥିତିକୁ ନିୟନ୍ତ୍ରଣାଧିନ କରିବା ପାଇଁ ଜିଲ୍ଲାପ୍ରଶାସନ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି ।ଆଜି ସ୍ଥାନୀୟ ହାତୀଶାଲପଡାରେ ୧୪ ଜଣ କରୋନା ଚିହ୍ନଟ ହେବା ପରେ ସାରା ସହରରେ କରୋନା ସଂକ୍ରମଣ ନେଇ ଏକ ଭୟର ବାତାବରଣ ଦେଖିବାକୁ ମିଳିଥିଲା । ଏହି ବିଷୟରେ କୌଣସି ସରକାରୀ ସୁଚନା ମିଳି ନଥିବା ବେଳେ ଏହି କଥା କାନ ରୁ କାନ କୁ ଯାଇ ସାର ସହରରେ ଚର୍ଚ୍ଚା ତଥା ଗୋଷ୍ଠୀ ସଂକ୍ରମଣର ଆଶଂକା ବଢାଇଥିଲା । ତେବେ ଦିନ ସାରା ତନା ଘନା ପରେ ଜିଲ୍ଲା ପ୍ରଶାସନ ରାତି ୮ଟାରେ ସହରର ହାତିଶାଲପଡା ଲକ୍ଷୀ ଜୋର ଖଣ୍ଡି ଅଞ୍ଚଳକୁ କଂଟେନମେଂଟ ଜୋନ ଓ ହାତିଶାଲପଡାର ଅନ୍ୟ ଅଞ୍ଚଳକୁ ବଫର ଜୋନ ରୂପେ ଘୋଷଣା କରିଥିଲେ । ଏହା ସହ ଠିକାଦାର ପଡା ଛକ, ଓଡେଶା ଭବନ ମିଶନ ଫିଲଡ ଓ ଟାଉନ ହଲ ଯାଉଥିବା ରାସ୍ତାକୁ ସିଂଲିଂ ପଏଂଟ ରୂପେ ଚିହ୍ନଟ କରାଯାଇଛି । ଏହି ଅଞ୍ଚଳରେ କୌଣସି ପ୍ରକାର ବେସରକାରୀ ଯାନ ବାହାନ ଗମନା ଗମନକୁ ବାରଣ କରାଯିବା ସହ ଏଅଞ୍ଚଳର ସମସ୍ତ ବାସୀନ୍ଦାଙ୍କୁ ଘରେ ରହିବାକୁ ନିର୍ଦେଶ ରହିଛି । ତେବେ ଏହି ଅଞ୍ଚଳର ଜନସାଧାରଣଙ୍କୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବା ଦାୟୀତ୍ୱ ଖୋଦ ପ୍ରଶାସନର ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଦିଆଯାଇଥିବା ବେଳେ ଏସଂକ୍ରାନ୍ତୀୟ ସମସ୍ତ କାର୍ଯ୍ୟକ୍ରମର ତଦାରଖ ଦାୟୀତ୍ୱ ଉନଜିଳ୍ଲାପାଳ ସଞ୍ଜୟ ମିଶ୍ରଙ୍କୁ ଦିଆଯାଇଛି ।