ଓଡ଼ିଆରେ ୪୭୧ ଛାତ୍ରଛାତ୍ରୀ ଦେଲେ ପରୀକ୍ଷା
ଭୁବନେଶ୍ୱର: ବି.ଇ ବି.ଟେକ୍, ବି.ଆର୍କ ଏବଂ ବି.ପ୍ଲାନ୍ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍ର ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଥିଲା ବେଳେ ୪୭୧ ଜଣ ପରୀକ୍ଷାର୍ଥୀ ଓଡ଼ିଅରେ ପରୀକ୍ଷା ଦେବେ ।
ପରୀକ୍ଷା ଦେବା ପାଇଁ ସାରା ଦେଶରୁ ୨୧,୭୫ ଲକ୍ଷ ବିଦ୍ୟାର୍ଥୀ ପଞ୍ଜୀକରଣ କରିଛନ୍ତି । ୩୩୧ କେନ୍ଦ୍ରରେ କମ୍ପୁ୍ୟଟର ବେସ୍ ଟେଷ୍ଟ(ସିବିଟି) ପଦ୍ଧତିରେ ପରୀକ୍ଷା ହେବ । ଓଡ଼ିଶାରେ ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର, ଢେ଼ଙ୍କାନାଳ, ଅନୁଗୋଳ, ବାରିପଦା, ଜୟପୁର, ଯାଜପୁର, ବାଲେଶ୍ୱର, ରାଉରକେଲା, ଭଦ୍ରକ, କେନ୍ଦ୍ରାପଡା, କେନ୍ଦୁଝର, ପୁରୀ, ଜଗତସିଂହପୁର ଏବଂ ଭବାନୀପାଟଣାରେ ଅନ୍ଲାଇନ୍ ପରୀକ୍ଷା କେନ୍ଦ୍ର ହୋଇଛି ।
ପ୍ରଥମ ସିଟିଂ ସକାଳ ୯.୩୦ରୁ ମଧ୍ୟାହ୍ନ ୧୨.୩୦ ଓ ଦ୍ୱିତୀୟ ସିଟିଂ ଅପରାହ୍ନ ୨.୩୦ରୁ ୫.୩୦ଟା ପର୍ଯ୍ୟନ୍ତ ଚାଲିବ । ଛାତ୍ରାଛାତ୍ରୀ ହିନ୍ଦୀ ଓ ଇଂରାଜୀ ସହ ଆଂଚଳିକ ଭାଷାରେ ପରୀକ୍ଷା ଦେଇପାରିବେ ।