ଟିଏମସି ସାଂସଦ ଶାନ୍ତନୁ ସେନ ନିଲମ୍ବିତ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ପେଗାସସ୍‌, ଚାଷୀ ଆନ୍ଦୋଳନ, ତୈଳ ଦର ବୃଦ୍ଧିକୁ ନେଇ ପାର୍ଲାମେଂଟର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାରେ ବିରୋଧି ଦଳର ତୃମୁଳ ହଟ୍ଟଗୋଳ ଯୋଗୁଁ କ୍ରମାଗତ ଚତୃର୍ଥ ଦିନ ପାଇଁ ଅଧିବେଶନ ଅଚଳ ହୋଇପଡିଛି । ଆଜି ଗୃହର କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟରେ ଆରମ୍ଭ ହେବା ପରେ ବିରୋଧି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଚାଲିଆସି ହଟଗୋଳ କରିବା ଯେଗୁଁ ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଗୃହକୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ପୂର୍ଣ୍ଣବାର ଗୃହର କାର୍ଯ୍ୟକ୍ରମ ଆରମ୍ଭ ହେବା ମାତ୍ରେ ଗୃହରେ ହଟଗୋଳ ଲାଗି ରହିବାକୁ ଅଧ୍ୟକ୍ଷତା କରୁଥିବା କିରିତ ସୋଲାଙ୍କି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।
ଅନ୍ୟପକ୍ଷରେ ରାଜ୍ୟସଭାରେ ମଧ୍ୟ ପେଗାସସ୍ ଓ ତୃଣମୂଳ କଂଗ୍ରେସ ସାଂସଦ ତାନ୍ତନୁ ସେନ୍‌ଙ୍କ ନିଲମ୍ବନକୁ କେନ୍ଦ୍ର କରି ବିରୋଧି ଦଳଙ୍କ ହଟଗୋଳ ଯୋଗୁଁ ପ୍ରଥମେ ୧୨ଟା ଏବଂ ପରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଥିଲା । ସୂଚନାଯୋଗ୍ୟ ଯେ, ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହାତରୁ କାଗଜ ଛଡ଼ାଇ ନେଇଥିବାରୁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଟିଏମସି ସାଂସଦ ଶ୍ରୀ ସେନଙ୍କୁ ନିଲମ୍ବିତ କରିଛନ୍ତି । ସେନଙ୍କୁ ମୌସୁମୀ ଅଧିବେଶନର ଅବଶିଷ୍ଟ ଦିନ ପାଇଁ ନିଲମ୍ବିତ କରାଯାଇଛି ।
ଟିଏମ୍‌ସି ସାଂସଦ ଶ୍ରୀ ସେନ୍‌୍ ଙ୍କୁ ଗୃହରୁ ନିଲମ୍ବିତ କରିବା ପାଇଁ କେନ୍ଦ୍ର ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି.ମୁରଲୀଧରନ୍ ଏକ ପ୍ରସ୍ତାବ ଆଗତ କରିଥିଲେ । ବିରୋଧି ଦଳର ବିରୋଧ ସତ୍ୱେ ପ୍ରସ୍ତାବଟି ବାଚନିକ ଭୋଟ୍‌ରେ ଗୃହିତ ହୋଇଥିଲା । ତୁରନ୍ତ ତାଙ୍କୁ ଗୃହ ଛାଡି ଚାଲିଯିବାକୁ ଅଧ୍ୟକ୍ଷ ଏମ. ଭେଙ୍କେୟା ନାଇଡୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.

fourteen − four =