ଟିକାକରଣରେ ଓଡିଶା ତୃତୀୟ ସ୍ଥାନରେ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଦେଶରେ ଏବେ ଟିକାକରଣ ଅଭିଯାନ ଆଜି ସପ୍ତମ ଦିନରେ ପହଞ୍ଚିଥିଲା ବେଳେ ସର୍ବଭାରତୀୟ ସ୍ତରରେ ଭଲ ପ୍ରଦର୍ଶନ କରିବା ସହ ଓଡିଶା ତୃତୀୟ ସ୍ଥାନରେ ଅଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିଦେ୍ର୍ଧଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି । ରାଜ୍ୟରେ ଟିକାକରଣ ସଫଳ ଭାବେ ଚାଲିଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟିକାକରଣ ଆଗକୁ ଆହୁରି ଭଲ ହେବ । ସମସ୍ତଙ୍କର ଟିକାକରଣ କରିବାକୁ ଚେଷ୍ଟା କରାଯିବ । ଗତକାଲି ଲକ୍ଷ୍ୟ ଧାର୍ଯ୍ୟଠାରୁ ଅଧିକ ଟିକାକରଣ ହୋଇଛି ବୋଲି ପରିବାର କଲ୍ୟାଣ ନିଦେ୍ର୍ଧଶକ ସୂଚନା ଦେଇଛନ୍ତି । ୨୨୧ସେସନ ସାଇଟ୍ରେ ୨୦୩୩୦ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ଆଜି ସକାଳେ ୧ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭିଡ୍ ଟିକା ପହଞ୍ଚିଛି । ଏହା କେବଳ ଭୁବନେଶ୍ୱର ପାଇଁ ଉଦ୍ଧିଷ୍ଟ ।
ସେହିପରି ଆଜି କୋଭିସିଲ୍ଡ ଭାକସିନ୍ ଷ୍ଟୋରରୁ ରିଜିଓନାଲ୍ ଷ୍ଟୋରକୁ ଯିବ । ସେଠାରୁ ଜିଲ୍ଲାକୁ ଯିବ । ବର୍ତମାନ ସୁଦ୍ଧା ୧,୩୦୦୭ ଜଣଙ୍କୁ ଟିକା ଦିଆସରିଲାଣି । ଜଣଙ୍କୁ ଗୋଟିଏ କମ୍ପାନି ଟିକା ଦିଆଯିବ । ୨୮ ଦିନ ପରେ ବି ସେହି ଟିକା ଦିଆଯିବ, ନହେଲେ ଶରୀରର ପ୍ରତିଷେଧକ ଉପରେ ପ୍ରଭାବ ପଡିବ ବୋଲି ଡାକ୍ତର ପାଣିଗ୍ରାହୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଟିକାକରଣରେ କର୍ଣ୍ଣାଟକ ପ୍ରଥମ ସ୍ଥାନରେ ଥିବା ବେଳେ ଆନ୍ଧ୍ର ଦ୍ୱିତୀୟ ସ୍ତାନରେ ଏବଂ ଓଡିଶା ତୃତୀୟ ସ୍ତାନରେ ରହିଛି । ଟିକା ପ୍ରତି କରୋନା ଯୋଦ୍ଧା ତଥା ଜନସାଧାରଣଙ୍କର ମଧ୍ୟରେ ବିଶେଷ ଆଗ୍ରହ୍ୟ ପରିଲିଖିତ ହୋଇଥିଲା ବେଳେ ରାଜ୍ୟରେ ବର୍ତମାନ ସୁଦ୍ଧା ଟିକା ନେଇଥିବା କୌଣାସି ଯୋଦ୍ଧାଙ୍କ ନିକଟରେ ପାଶ୍ୱର୍ ପ୍ରତିକ୍ରିୟା ଲକ୍ଷଣ ଦେଖାଯାଇଥିବା ସୂଚନା ମିଳିନାହିଁ ।

Leave A Reply

Your email address will not be published.

nineteen − 4 =