ଟିକା ଅଭାବରୁ ୪୦୦ କେନ୍ଦ୍ର ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ୪୫ବର୍ଷରୁ ଉଦ୍ଧ ବୟସ୍କକଙ୍କୁ ଟିକାକରଣ ଅଭିଯାନ ଯୋରଦାର ଚାଲିଥିଲା ବେଳେ ଟିକା ଅଭାବରୁ ୪୦୦ ଟିକା କରଣ କେନ୍ଦ୍ର ବନ୍ଦ ହୋଇଯାଇଛି । ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଟିକା ନପହଞ୍ଚିଲେ ରାଜ୍ୟରେ ଟିକାକରଣ ଠକ୍ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି । ତେବେ ତୁରନ୍ତ ୧୫ଲକ୍ଷ ଟଙ୍କା ପଠାଇବା ପାଇଁ କେନ୍ଦ୍ରକୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି । ରାଜ୍ୟରେ ଟିକାକରଣରୁ ନେଇ ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ସେ କହିଛନ୍ତି ଯେ, ପ୍ରତ୍ୟେକ ଦିନ ରାଜ୍ୟରେ ୨ଲକ୍ଷ ଟିକାକରଣ ଲକ୍ଷ୍ୟ ରହିଛି । କିନ୍ତୁ ଟିକାର ଅଭାବ ଯୋଗୁଁ ୪୦୦ କେନ୍ଦ୍ରରେ ଟିକାକରଣ ବନ୍ଦ ହୋଇଛି । ଏନେଇ କେନ୍ଦ୍ରକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି ।
୨ଦିନ ଭିତରେ କୋଭିସୀଲ୍ଡ ଟିକା ନ ଆସିଲେ ଟିକାକରଣ ବାଧାପ୍ରାପ୍ତ ହେବ । ଟିକାର ଅଭାବ ଯୋଗୁଁ ଆମେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇ ପାରୁନାହିଁ । ୧୫ ଲକ୍ଷ କୋଭିସିଲ୍ଡ ଟିକା ରାଜ୍ୟକୁ ଯୋଗାଇ ଦେବା ପାଇଁ ଆମେ କେନ୍ଦ୍ର ସରକାରଙ୍କୁ ଚିଠିଲେଖି ଅନୁରୋଧ କରିଛୁ । ୧ଲକ୍ଷ ୮୫ ହଜାର ଟିକା କୋଲଡଚେନ୍ ପଏଂଟରେ ରହିଛି ଏବଂ ଏବେ ୧ହଜାର ୧୦୩ଟି କେନ୍ଦ୍ରରେ ଟିକାକରଣ ଚାଲିଛି । ତେବେ ପର୍ଯ୍ୟାପ୍ତ ଟିକା ନଥିବାରୁ ବର୍ତମାନ ୪୦୦ ଟିକାକରଣ କେନ୍ଦ୍ରକୁ ବନ୍ଦ କରାଯାଇଛି ।
ଅନ୍ୟପକ୍ଷରେ ଦେଶରେ କରୋନା ଟିକା ଅଭାବକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ହର୍ଷ ବଦ୍ଧନ କହିଛନ୍ତି ଯେ, କୌଣସି ରାଜ୍ୟ ଟିକା ଅଭାବର ସମ୍ମୁଖୀନ ହେଉନାହାଁନ୍ତି ଏବଂ ଆମେ ସେମାନଙ୍କୁ ଏହାର ସାମ୍ନା କରିବାକୁ ଦେବୁ ନାହିଁ । ସମସ୍ତ ରାଜ୍ୟକୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ କୋଭିଡ-୧୯ ଟିକା ଯୋଗାଇ ଦିଆଯାଉଛି । ମଙ୍ଗଳବାର ବୈଠକ ଆରମ୍ଭରେ ଏହା ସମସ୍ତ ରାଜ୍ୟକୁ ଜଣାଯାଇଥିଲା । ମୁଁ ସେମାନଙ୍କୁ ଆଶ୍ୱାସନା ଦେଇଥିଲି ଯେ, ଟିକାକରଣର ଅଭାବ ରହିବ ନାହିଁ ଏବଂ ଆବଶ୍ୟକତା ଅନୁଯାୟୀ ଯୋଗାଣ ଜାରି ରହିବ ।
ଉଲ୍ଲେଖଯୋଗ୍ୟ, ରାଜ୍ୟର କେତେକ କୋଭିଡ-୧୯ ଟିକାକରଣ କେନ୍ଦ୍ରରେ ଯଥେଷ୍ଟସଂଖ୍ୟକ ଟିକା ନ ଥିବାରୁ ଲୋକମାନଙ୍କୁ ଫେରାଇ ଦିଆଯାଇଛି ବୋଲି କହିଥିଲେ ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ । ଏହା ସହ, ସମ୍ପ୍ରତି ରାଜ୍ୟରେ ୧୪ ଲକ୍ଷ ଡୋଜ୍ ଟିକା ଅଛି । ତାହା ଆଗାମୀ ୩ ଦିନରେ ସରିଯିବ । କେନ୍ଦ୍ର ସରକାର ଆମକୁ ଟିକା ଯୋଗାଇ ୈଦବା ବେଳେ ପ୍ରତି ସପ୍ତାହରେ ୪୦ ଲକ୍ଷ ଅତିରିକ୍ତ ଡୋଜ୍ ଟିକା ଯୋଗାଇ ଦେବାକୁ ରାଜ୍ୟ ସରକାର ଦାବି କରିଛନ୍ତି । ଟିକା ଯୋଗାଣ ବେଗ ମଧ୍ୟ ଖୁବ୍ ମନ୍ଥର । କେନ୍ଦ୍ର ଆମକୁ ଟିକା ଦେଉନାହିଁ ବୋଲି ମୁଁ କହୁନାହିଁ, କିନ୍ତୁ ଯୋଗାଣ ବେଗ୍ ଖୁବ୍ ମନ୍ଥର ବୋଲି ଆଜି ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଥିଲେ ।

Leave A Reply

Your email address will not be published.

3 × one =