ଭୂବନେଶ୍ୱର- ଭୁବନେଶ୍ୱର ମୈତ୍ରୀ ବିହାରରେ ଥିବା ଟେକ୍ ମହିନ୍ଦ୍ରା ଅଫିସକୁ ସିଲ୍ କରିଛି ବିଏମସି । ତିନି ଦିନ ଭିତରେ ଏହି ଅଫିସରେ ୭ଜଣ କର୍ମଚାରୀ କରୋନା ପଜେଟିଭ ଚିହ୍ନଟ ହେବା ପରେ ଆଜି ଅଫିସକୁ ସିଲ୍ କରାଯାଇଛି । ଏହାସହ ୨୦ତାରିଖ ପର୍ଯ୍ୟନ୍ତ ହୋମ୍ କ୍ୱାରେଂଟାଇନରେ ରହିବାକୁ ସମସ୍ତ କର୍ମଚାରୀଙ୍କୁ ନିର୍ଦେଶ ଦିଆଯାଇଛି । ତେବେ ବିଏମସି କ୍ଷରୁ ସମସ୍ତ ୬୭ କର୍ମଚାରୀଙ୍କର କୋଭିଡ ଟେଷ୍ଟ କରାଯିବାକୁ ନିଷ୍ପତି ହୋଇଛି । ସୂଚନା ଅନୁସାରେ, ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୯୭ରେ ପହଂଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୬,୪୮୬ଜଣ ସୁସ୍ଥ ହୋଇସାରିଛନ୍ତି । ୩,୫୫୭ ଜଣ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି । ରାଜ୍ୟରେ କରୋନାରେ ୪୨ଜଣଙ୍କର ମୃତ୍ୟୁ ଘଟିଛି ।