ଡେଙ୍ଗୁ ଓ କରୋନା ସଚେତନତା ଅଭିଯାନ

ଯୋଡା: ୪ବର୍ଷ ପୂର୍ବେ ଯୋଡା ବ୍ଲକ ତଥା ବଡବିଲ ପୌରାଂଚଳର ବିଭିନ୍ନ ସ୍ଥାନରେ ଡେଙ୍ଗୁ ଜ୍ୱର ମାରାତ୍ମକ ରୂପ ଧାରଣ କରିଥିଲା । ଏହି ପରିପ୍ରେକ୍ଷୀରେ ବିଗତ ବର୍ଷ ମାନଙ୍କରେ ଡେଙ୍ଗୁ ସଚେତନତା ଏବଂ ନିରାକରଣ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥିଲା । ଚଳିତବର୍ଷ ଆଉ ଏକ ବୈଶ୍ୱିକ ମହାମାରୀ କୋଭିଡ-୧୯ (କରୋନା) ଭାଇରସର ପ୍ରକୋପ ଦ୍ୱାରା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଏହିକ୍ରମରେ ଚଳିତବର୍ଷ ଜିଲ୍ଲା ପ୍ରଶାସନ ଓ ବଡବିଲ ପୌରପାଳିକା ଦ୍ୱାରା ଏକ ବୈଠକ ଆୟୋଜନ କରାଯାଇ ଡେଙ୍ଗୁ ଏବଂ କରୋନା ଭଳି ମାରାତ୍ମକ ରୋଗର ନିବାରଣ ପାଇଁ ବିଭିନ୍ନ କମ୍ପାନୀ ମାନଙ୍କ ସହଯୋଗ ସହ ନିରାକରଣ ଓ ସଚେତନ ସମ୍ପର୍କରେ ନିଷ୍ପତି ଗ୍ରହଣ କରାଯାଇଥିଲା । ରୁଙ୍ଗଟା କମ୍ପାନୀ ଜୁଲାଇ ପ୍ରଥମ ସପ୍ତାହରୁ ୪ ନଂ ୱାର୍ଡରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । ଏହି ଅବସରରେ ବଡବିଲ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା,ରୁଙ୍ଗଟା କମ୍ପାନୀର ଡିଜିଏମ ଏଚଆର ଏଲ.ଏନ.ରାଉତ,ସହକାରୀ ପ୍ରବନ୍ଧକ ସମିକ ସେନଗୁପ୍ତା,ମହିଳା ସଂଘର କର୍ମକର୍ତା ବୃନ୍ଦ,ରାଣା ସାନିଟାଇଜେନର କର୍ମଚାରୀ ଏହି ଡେଙ୍ଗୁ ଏବଂ କରୋନା ସଚେତନତା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ବୃନ୍ଦଙ୍କ ମଧ୍ୟରେ ସାମାଜିକ ଦୂରତା ରଖାଯାଇଥିଲା । ନିର୍ଦ୍ଧାରିତ ଯୋଜନା ଅନୁସାରେ ଏହି ଡେଙ୍ଗୁ ଓ କରୋନା ସଚେତନତା ଅଭିଯାନ ବଡବିଲ ପୌରାଂଚଳର ୱାର୍ଡନଂ ୪ ଏବଂ ୱାର୍ଡନଂ ୧୫ରେ ଥିବା ସମସ୍ତ ଅଞ୍ଚଳ ଓ ଆଖପାଖ ଗ୍ରାମର ବିଭିନ୍ନ ପାଶ୍ୱର୍ବର୍ତୀ ଅଂଚଳରେ ବ୍ୟାପକ ରୂପେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କମ୍ପାନୀ କର୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସଚେତନତା ଜାରି ରହିବା ସହିତ ଡେଙ୍ଗୁ,ମ୍ୟାଲେରିଆ,ଚିକେନଗୁନିଆ ଓ କରୋନା ମହାମାରୀ ଭଳି ମାରାତ୍ମକ ରୋଗ ଠାରୁ କିପରି ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରିବେ ସେଥିପ୍ରତି ଲୋକଙ୍କୁ ସଚେତନ କରାଯିବ । ଏଥିସହିତ ଆଂଟିଲାର୍ଭା ମେସିନ ଓ ଫଗିଙ୍ଗ ମେସିନ ନିୟୋଜିତ କରାଯାଇ ଉକ୍ତ ୱାର୍ଡ ଗୁଡିକରେ ଧୂଆଁ ଦିଆଯିବ ବୋଲି ଜଣାଯାଇଛି ।

Leave A Reply

Your email address will not be published.

seventeen − eleven =