ଜଗତସିଂହପୁର: ଆଜି ତିର୍ତୋଲ ସଂରକ୍ଷିତ ଆସନ ୧୦୨ ନିର୍ବାଚନ ମଣ୍ଡଳୀ ନିମନ୍ତେ ୪ର୍ତ ଦିନରେ ସି:ପି:ଆଇ ପ୍ରାର୍ଥୀ ଭାବେ ବିଜୟ କୁମାର ଭୋଇ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ ତାଙ୍କର ଏକକିତା ନାମାଙ୍କନ ପତ୍ର ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସହୁଙ୍କ ନିକଟରେ ଦାଖଲ କରିଥିବାର ଜଣା ପଡିଛି । ମାତ୍ର ଏଠାରେ ସୁଚନା ଥାଉକି ପ୍ରମୁଖ ଦଳ କଂଗ୍ରେସ ଓ ବିଜୁ ଜନତା ଦଳ ପକ୍ଷରୁ ଏପର୍ଯ୍ୟନ୍ତ ପ୍ରାର୍ଥୀ ପତ୍ର ଦାଖଲ କରାଯାଇପାରିନହାିଁ । ଯାହା ଜଣାପୁଡୁଛି ଆସନ୍ତା କାଲି ୧୫ ତାରିଖ ଦିନ ଉଭୟ ଦଳ ପ୍ରାର୍ଥୀ ପତ୍ର ଦାଖଲ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଆଜି ତିର୍ତୋଲ ନିବାଚନ ମଣ୍ଡଳୀ ପାଇଁ ନିବାଚନ ପରିଚାଳନା ଓ ତାର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷଣ ଭାବେ ବି. ରାଜେନ୍ଦ୍ର ଲୋଚନ କର୍ଣ୍ଣାଟକ ଆଇ:ଏ:ଏସ ନିଯୁ କ୍ତି ମିଳିଥିବାର ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କ କାର୍ଯ୍ୟାଳୟ ସୁତ୍ରରୁ ଜଣା ପଡିଛି । ତେବେ ସର୍ବମୋଟ ୨ଲକ୍ଷ ୩୯ହଜାର ୧୫ ଜଣ ମହିଳା ଓ ପୁରୁଷ ଭୋଟରଙ୍କୁ ନେଇ ୩୭୩ ଗୋଟି ବଚଥରେ ଆଗାମୀ ନଭେମ୍ବର ମାସ ୩ ତାରିଖରେ ତାଙ୍କର ମତଦାନ ସାବ୍ୟସ୍ତ କରିବେ । ଏଥିରୁ ପୁରୁଷ ଭୋଟର ସଂଖ୍ୟା ୧ଲକ୍ଷ ୨୪ ହଜାର ୧୬୮ ଜଣ ଥିବା ବେଳେ ମହିଳା ସଂଖ୍ୟା ୧ଲକ୍ଷ ୧୪ ହଜାର ୯୫୬ ଜଣ ଏବଂ ଅନ୍ୟାନ୍ୟ ୨୯ ଜଣ ଭୋଟର ତାଙ୍କର ମତଦାନ ସାବ୍ୟସ୍ତ କରିବେ । ଏହି ସଂଖ୍ୟ ଗତ ଫେବୃଆରୀ ମାସ ୨୫ ତାରିଖ ୨୦୨୨ ସୁଦ୍ଧା ଭୋଟର ତାଲିକା ଅନୁସାରେ ସ୍ୱିକୃତ ହୋଇଛି ।