ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଏବେ ଧିରେ ଧିରେ ହ୍ରାସ ପାଉଥିବା ବେଳେ ରାଜ୍ୟରେ ଜାରୀ ଲକ୍ଡାଉନ୍ କଟକଣା ମଧ୍ୟ ସରକାର କୋହାଳ କରିଛନ୍ତି । ଅନ୍ୟପକ୍ଷରେ ମହାମାରୀର ସାମ୍ଭାବ୍ୟ ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଯୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ୍ କହିଛନ୍ତି । ତୃତୀୟ ଲହରର ମୁକାବିଲା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏସଓପି ଜାରି କରିଛି । ପରିସ୍ଥିତି ପ୍ରତି ଶତର୍କ ରହିବାକୁ ଜିଲ୍ଲାପାଳ ଓ ସିଡ଼ିଏମଓଙ୍କୁ କୁହାଯାଇଛି । । ତୃତୀୟ ଲହରରେ ଶିଶୁଙ୍କୁ କିଭଳି ଚିକିତ୍ସା ଯୋଗାଇ ଦିଆଯିବ ସେନେଇ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି ।
ଅନ୍ୟପକ୍ଷରେ ତୃତୀୟ ଲହର ଶିଶୁମାନଙ୍କ ପାଇଁ ଘାତକ ହେବା ଆଶଙ୍କା ଥିବାରୁ ଶିଶୁଙ୍କ ଚିକିତ୍ସା ପାଇଁ ହସ୍ପିଟାଲ ଗୁଡିକରେ ୨୩୯୦ଟି ବେଡ଼ ପ୍ରସ୍ତୁତ ରଖାଯାଇଛି । ସେହିପରି ୬୧୦ ଆଇସିୟୁ ଶର୍ଯ୍ୟା ମଧ୍ୟ ପ୍ରସ୍ତୁତ ରଖାଯାଇଛି । ଅକ୍ସିଜେନ୍ ଓ ମେନିସିନ୍ ମଧ୍ୟ ମହଜୁଦ୍ ରହିଛି । ଶିଶୁଙ୍କୁ ଚିକିତ୍ସା ପାଇଁ ଟ୍ରେନିଂ କାମ ସରିଛି । ଜୁନ୍ ଶେଷ ସପ୍ତାହରୁ ରାଜ୍ୟରେ ବୈନିକ ୩ଲକ୍ଷ ଟିକାକରଣ ପାଇଁ ଲକ୍ଷ ରଖାଯାଇଛି । ଆସନ୍ତା ସପ୍ତାହରେ ଆହୁରି ଟିକା ରାଜ୍ୟକୁ ଆସିବ ବୋଲି ମନ୍ତ୍ରୀ ଦାସ କହିଛନ୍ତି ।