ଥମୁନି ପେଗାସସ୍ ଝଡ : ଚାଲିପାରୁନି ପାର୍ଲଆମେଂଟ

ନୂଆଦିଲ୍ଲୀ: ଇସାଏଲ୍‌ର ସ୍ପାଇୱେଲ୍ ପେଗାସସ୍ ଦ୍ୱାରା ଗୁଇନ୍ଦାଗିରି କରାଯିବା ମାମଲାକୁ ନେଇ ବିରୋଦ୍ଧି ଦଳର ହଟଗୋଳ ଯୋଗୁଁ କ୍ରମାଗତ ୭ଦିନ ପାଇଁ ପାର୍ଲାମେଂଟର ମୌସୁମୀ ଅଧିବେଶନ ଅଚଳ ହୋଇପଡିଛି । ଆଜି ଉଭୟ ଲୋକସଭାରେ ବିରୋଧି ଦଳର ହଟଗୋଳ ଏବଂ ନାରାବାଜୀ ଯୋଗୁଁ ଉଭୟ ଲୋକସଭା ଓ ରାଜ୍ୟସଭାରେ କୌଣସି କାର୍ଯ୍ୟକ୍ରମ ହୋଇପାରିନାହିଁ । ପରିସ୍ଥିତି ଅଣାୟତ ଯୋଗୁଁ ଉଭୟ ଗୃହକୁ ଆଜି ବାରମ୍ବାର ମୁଲତବି ରଖାଯାଇଥିଲା । ଶେଷରେ ବାଚସ୍ପତି ଲୋକସଭାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲା ବେଳେ ରାଜ୍ୟ ସଭାକୁ ଅଧ୍ୟକ୍ଷ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବି ରଖିବାକୁ ବାଧ୍ୟ ହୋଇଥିଲେ ।
ପେଗସସ୍ ମାମଲା ଉପରେ ଆଲୋଚନା କରିବାକୁ ବିରୋଧୀ ଦଳର ନେତାମାନେ ଦାବି କରି ସ୍ଲୋଗାନ୍ ଦେବାରୁ ବାଚସ୍ପତି ପ୍ରଥମେ ୧୨.୩୦ ଓ ପରେ ଲୋକସଭାକୁ ମୁଲତବୀ ଘୋଷଣା କରିଥିଲେ । ‘ପେଗସସ୍ ପ୍ରୋଜେକ୍ଟ୍‌’ ରିପୋର୍ଟ ଉପରେ ଆଲୋଚନା ଦାବି କରି ବିରୋଧୀ ସାଂସଦମାନେ ‘ଖେଲା ହୋବେ’ ସ୍ଲୋଗାନ୍ ଦେଇ ଗୃହ କମ୍ପାଇ ଦେଇଥିଲେ ।
କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧୀ ଦଳର ନେତାମାନେ ସ୍ଲୋଗାନ୍ ଦେଇ ଚାଲିଥିଲେ ବି ରାଜ୍ୟସଭା ଚାଲିଥିଲା । ହୋହାଲ୍ଲା ମଧ୍ୟରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ, ଭୂପେନ୍ଦର ଯାଦବ ଏବଂ ଜ୍ୟୋତିରାଦିତ୍ୟା ସିନ୍ଧିଆ ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ବର୍ଦ୍ଧିଷ୍ଣୁ ଇନ୍ଧନ ମୂଲ୍ୟ ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ ରାଜ୍ୟସଭାରେ ବିବୃତି ଦେବାକୁ ଯାଉଥିବା ବେଳେ ବିରୋଧୀ ଦଳର ନେତାମାନେ ନାନା ପ୍ରକାର ପ୍ରଶ୍ନ ପଚାରିଥିଲେ । ସେହିଭଳି କଂଗ୍ରେସ ସାଂସଦ ରିପୁନ୍ ବୋରା ଆସାମ-ମିଜୋରାମ ସୀମା ବିବାଦ ସଂକ୍ରାନ୍ତରେ ଆଲୋଚନା ହେଉ ବୋଲି ଦାବି ରାଜ୍ୟସଭାରେ ଉପସ୍ଥାପନ କରିଥିଲେ ।
ଅନ୍ୟପକ୍ଷରେ ପେଗାସସ୍ ମାମଲାର ଯୁଗ୍ମସଂସଦୀୟ କମିଟି (ଜେପିସି) ତଦନ୍ତ ପାଇଁ ୧୪ଟି ବିରୋଧି ଦଳ ମିଳିତ ଭାବେ ଦାବି କରିଛନ୍ତି । ଆଜି ଗୃହ ମୁଲତବି ହେବା ପରେ କଂଗ୍ରେସର ନେତା ରାହୁଳ ଗାନ୍ଧୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଭାରତୀୟ ଗଣତନ୍ତ୍ର ଆତ୍ମାକୁ ପ୍ରଦାନମନ୍ତ୍ରୀ ମୋଦୀ ଓ ସ୍ୱେରାଷ୍ଟ୍ରମନ୍ତ୍ରୀ ଆମିତ୍ ସାହା ଆଘାତ ଦେଇଛନ୍ତି । ବିରୋଧି ଦଳ ଗୃହକୁ ଚଳାଇ ଦେଉନଥିବା ପ୍ରଧାନ ମନ୍ତ୍ରୀ ଯେଉଁ ଅଭିଯୋଗ କରିଛନ୍ତି ତାହାକୁ ଖଣ୍ଡନ କରି ସେ କହିଛନ୍ତି ଯେ, ଆମେ ଆଲୋଚନା ଚାହୁଁଛୁ କିନ୍ତୁ ସରକାର କରାଇଦେଉନାହାଁନ୍ତି । ବିରୋଧିଦଳକୁ ଦବାଇ ରଖିବା ଲାଗି ସରକାର ପ୍ରୟାସ ଜାରୀ ରଖିଛନ୍ତି । ନିଜ ଲୋକଙ୍କ ବିରୋଧରେ ଲଗାଇବା ପାଇଁ ପେଗାସସ୍‌କୁ ଭାରତକୁ ମୋଦୀ ଆଣିଛନ୍ତି କି ନାହିଁ ଆମେ ପଚାରିବାକୁ ଚାହୁଁଛୁ । ପ୍ରକାଶ ଥାଉକି ଶ୍ରୀ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ, ଡିଏମ୍‌କେ, ଟିଏମ୍‌ସି, ଏନସିପି ଓ ବାମଦଳ ଗୁଡିକ ସହ ୧୪ଟି ରାଜନୈତିକ ଦଳ ଏକତ୍ର ହୋଇଛନ୍ତି ।

Leave A Reply

Your email address will not be published.

eight + six =