ଦଶମ ଓ ଦ୍ୱାଦଶ ଶ୍ରେଣୀରେ କ୍ଲାସ୍‌ରୁମ୍ ପାଠପଢ଼ା ଆରମ୍ଭ

ଭୁବନେଶ୍ୱର: ମହାମାରୀ କରୋନା ଯୋଗୁଁ ଦିର୍ଘ ଦେଢବର୍ଷ ଧରି ରାଜ୍ୟରେ ସ୍କୁଲ କଲେଜ୍ ଗୁଡିକ ବନ୍ଦ ରହିଥିଲା ବେଳେ ଆଜି ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବା ସହ ଛାତ୍ରଛାତ୍ରୀଙ୍କ କ୍ଲାସ୍‌ରୁମ୍ ପାଠପଢ଼ା ଆରମ୍ଭ ହୋଇଛି । ସକାଳ ୧୦ଟାରୁ କ୍ଲାସ୍ ଆରମ୍ଭ ହୋଇଥିଲା ବେଳେ ପ୍ରଥମଦିନ ଏକ ଘଣ୍ଟା ପୂର୍ବରୁ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ପ୍ରବେଶ କରିବା ପୂର୍ବରୁ ଥର୍ମାଲ ସ୍କିନିଂ, ସାନିଟାଇଜର କରିବା ସହ ସାମାଜିକ ଦୂରତା ରକ୍ଷାଉପରେ ଶିକ୍ଷକ ଓ ଶିକ୍ଷୟତ୍ରି ମାନେ ଗୁରୁତ୍ୱ ଦେଇଥିଲେ । ପୂର୍ବରୁ ବିଦ୍ୟାଳୟଗୁଡ଼ିକ କ୍ୟାମ୍ପସ୍ ସଫେଇ କରିବା ସହ ଆସବାବପତ୍ରଗୁଡ଼ିକର ବିଶୋଧନ କରାଯାଇଥିଲା ।


ସୂଚନା ଅନୁସାରେ, କ୍ୟାମ୍ପସ୍‌ରେ ସାମାଜିକ ଦୂରତା ଓ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିଦେଇ ସ୍କୁଲଗୁଡ଼ିକ କ୍ଲାସରୁମ୍ ବାହାରେ ବି ପିଲାଙ୍କୁ ପଢ଼ାଇପାରିବେ । ତେବେ ପାଗ ଅନୁକୂଳ ଥିବା ଦରକାର । କୋଭିଡ୍‌-୧୯ ପାଇଁ ଜାରି ହୋଇଥିବା ହେଲପ୍ ଲାଇନ୍ ନମ୍ବରକୁ କ୍ୟାମ୍ପସରେ ପ୍ରଦର୍ଶିତ କରିବେ । ପ୍ରତି ସ୍କୁଲ୍‌ରେ ଆଇସୋଲେସନ୍ ରୁମ୍ ଖୋଲାଯାଇଛି । କୋଭିଡ୍ ମନିଟରିଂ ଟିମ୍ ଗଠନ କରାଯାଇଛି ।
ସ୍କୁଲ ଖୋଲିବାର ୩୦ ମିନିଟ୍ ଆଗରୁ ଓ ବନ୍ଦ ହେବାର ୩୦ ମିନିଟ୍ ପର୍ଯ୍ୟନ୍ତ ଟିମ୍‌ର ସଦସ୍ୟମାନେ ସ୍କୁଲରେ ଉପସ୍ଥିତ ରହି ତଦାରଖ କରିଛନ୍ତି । ପ୍ରତିଦିନ ସ୍କୁଲ ସଫେଇ କରାଯିବ । ତେବେ କୌଣସି ପିଲା ଯେପରି ଏହି ସଫେଇ କାର୍ଯ୍ୟରେ ନିୟୋଜିତ ନ ହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦେଶ ଦିଆଯାଇଛି । ରବିବାର ଓ ଛୁଟି ଦିବସରେ ବିଦ୍ୟାଳୟ ବନ୍ଦ ରହିବ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ସ୍ୱତନ୍ତ୍ର ରିଲିଫ କମିସନରଙ୍କ ଦ୍ୱାରା ପ୍ରକାଶିତ କରୋନା କଟକଣା ସବୁ ଶିକ୍ଷାନୁଷ୍ଠାନ ପାଳନ କରିବେ । ପୂର୍ବପରି ଅନ୍‌ଲାଇନ୍‌ରେ ପାଠପଢା ଚାଲିବ । ଯେଉଁ ଛାତ୍ରଛାତ୍ରୀ ଚାହିଁବେ ଅନ୍‌ଲାଇନ୍ କିମ୍ବା ଶ୍ରେଣୀଗୃହରେ ପାଠପଢି ପାରିବେ । ଶିକ୍ଷାନୁଷ୍ଠାନ ଆସିବାକୁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯିବନି । ଅଭିଭାବକଙ୍କ ସହ ଆଲୋଚନା କରିବା ପରେ ସେମାନେ ଶିକ୍ଷାନୁଷ୍ଠାନ ଆସିବେ ।

Leave A Reply

Your email address will not be published.

17 − 14 =