ଦିନକରେ ୮୩୮୬ ଆକ୍ରାନ୍ତ

ଭୁବନେଶ୍ୱର: ଗତ ଏକ ସପ୍ତାହଧରି ରାଜ୍ୟରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଲହର ସ୍ଥିର ରହିବା ପରେ ପୁଣି ଉଗ୍ର ମୂହାଁ ହୋଇଛି । ଆଜି ଦିନକରେ ରାଜ୍ୟରେ ପୁଣି ୮୩୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୭୮୧ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୬୦୫ ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାପଡିଛି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସବାଧିକ ରେକର୍ଡ ସଂଖ୍ୟକ ୧୮୪୦ଜଣ ଆକ୍ରାନ୍ତ ହୋଇଛନ୍ତି । ଯାହା ଏବେ ରାଜ୍ୟସରକାର ଓ ପ୍ରଶାସନର ନିଦ ହଜାଇ ଦେଇଛି ବୋଲି କୁହାଯାଇପାରେ । ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାରେ ଦୈନିକ ସଂକ୍ରମଣ ୨ହଜାର ମୁହାଁ ହୋଇଛି । ଅନ୍ୟପକ୍ଷରେ ସୁନ୍ଦରଗଡରୁ ୯୩୩, କଟକରୁ ୪୯୬, ଝାରସୁଗୁଡାରୁ ୪୩୩, ନବରଙ୍ଗପୁରରୁ ୩୮୮, ବଲାଙ୍ଗୀରରୁ ୩୫୮, ସମ୍ବଲପୁରରୁ ୩୦୭, ଅନୁଗୁଳୁ ୩୪୭, ମୟରୁଭଞ୍ଜ ୨୮୯, ଯାଜପୁରର ୨୭୦, ପୁରୀ ୨୫୯, ବରଗଡ ୨୫୭, ନୂଆପଡା ୨୩୩, ଗଞ୍ଜାମ ୨୦୯, ବାଲେଶ୍ୱର ୨୦୨, କେନ୍ଦୁଝର ୧୭୫, ଜଗତସିଂହପୁର ୧୨୯, କଳାହାଣ୍ଡି, ୧୨୬, ନୟାଗଡ ୧୨୨, ଗଜପତି ୯୬, ରାୟଗଡା ୭୫ ଜଣ ଆକ୍ରାନ୍ତ ହୋଇଛନ୍ତି ।
୩୦ ଜିଲ୍ଲାରୁ ୧୯ ଜିଲ୍ଳାରେ ସଂକ୍ରମଣ ସଂଖ୍ୟା ତିନି ଅଙ୍କ ଟପିଥିବା ବେଳେ ଗତ ପହିଲାରୁ ତଥା ୨୭ ଦିନରେ ରାଜ୍ୟରେ ୮୭ହଜାର ୪୯୯ଜଣ ନୂତନ ଆକ୍ରାନ୍ତ ହୋଇଛନ୍ତି ।
ଗତ୍ ୨୪ ଘଂଟା ମଧ୍ୟରେ ଆରୋଗ୍ୟ ଲାଭ କରିଛନ୍ତି ୪୦୮୯ । ଏବେ ସୁଦ୍ଧା ସମ୍ପୂର୍ଣ୍ଣ ସୁସ୍ଥ ସଂଖ୍ୟା ୩ଲକ୍ଷ ୭୧ ହଜାର ୨୦୦ରେ ପହଞ୍ଚିଛି । ଏବେ ବି ସକ୍ରିୟ ଅଛନ୍ତି ୫୫୫ ହଜାର ୨୪୫ । ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମ୍ପୁର୍ଣ୍ଣ ସଂକ୍ରମିତଙ୍କ ସଂଖ୍ୟା ୪ଲକ୍ଷ ୨୮ ହଜାର ୫୧୫ରେ ପହଞ୍ଚିଛି ।
ଅନ୍ୟପକ୍ଷରେ ରାଜ୍ୟରେ ଆଜି ଦିନକରେ ଚିକିସôାଧୀନ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ରାଜ୍ୟରେ କରୋନା ସଂକ୍ରମଣରେ ହୋଇଥିବା ମୃତ୍ୟୁ ସଂଖ୍ୟା ୨ହଜାର ୧୭କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ପୁରୀ ଏବଂ ରାୟଗଡାରୁ ୩ଜଣ ଲେଖାଁଏ ରହିଥିବା ବେଳେ ସୁନ୍ଦରଗଡ, ବୌଦ୍ଧ, ଗଞ୍ଜାମ ଓ ଖୋର୍ଦ୍ଧାରୁ ଜଣେ ଲେଖାଁଏ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ମଅତକଙ୍କ ମଧ୍ୟରେ ବୌଦ୍ଧର ଜଣେ ୪୨ ବର୍ଷୀୟ ପୁରୁଷ ଥିବା ବେଳେ ଗଞ୍ଜାମର ଜଣେ ୬୬ ବର୍ଷୀୟ ପୁରୁଷ, ଖୋର୍ଦ୍ଧାର ଜଣେ ୩୫ ବର୍ଷୀୟ ପୁରୁଷ ଓ ସୁନ୍ଦରଗଡର ଜଣେ ୬୭ ବାଶୟ ପୁରୁଷଙ୍କ ମୃତ୍ୟୁ ଘଟିଛି । ସେହିପରି ପୁରୀର ଜଣେ ୮୦ ବର୍ଷୀୟ ପୁରୁଷ, ୫୫ ବର୍ଷୀୟ ପୁରୁଷ, ୫୫ ବର୍ଷୀୟ ମହିଳା ଏବଂ ରାୟଗଡାରୁ ୫୫, ୪୭ ଓ ୫୭ ବର୍ଷୀୟ ୩ଜଣ ପୁରୁଷଙ୍କ ମୃତ୍ୟୁ ଘଟିଛି । ରାଜ୍ୟରେ ଗତ ୭ଦିନ ମଧ୍ୟରେ ୫୯ଜଣଙ୍କର ଜୀବନ ଯାଇଥିବା ବେଳେ ମୋଟ୍ ମୃତ୍ୟୁ ସଂଖ୍ୟା ୨ହଜାର ୧୭ରେ ପହଞ୍ଚିଛି ।
ତେବେ ରାଜ୍ୟରେ ପରୀକ୍ଷା ବଢୁଥିବାରୁ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଛି ବୋଲି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ପଜିଟିଭ୍ଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଉଛି । ଏବେ ଦୈନିକ ୫୦ହଜାରରୁ ଉଦ୍ଧ୍ୱ ପରୀକ୍ଷା କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି କୁହାଯାଇଛି । ସେ ଆହୁରି କହିଛନ୍ତି ଯେ, ରାଜ୍ୟରେ ବିଭିନ୍ନ ହସ୍ପିଟାଲର ଆଇସିୟୁରେ ୧୦୮୫ଜଣ ଚିକିସôା ହେଉଛନ୍ତି ଯାହାକି ମାତ୍ର ୫୩% । ସେହିପରି ଜେନେରାଲ ବେଡ୍ ଓ ୩୩% ଭେଂଟିଲେଟର ଶର୍ଯ୍ୟା ଖାଲି ପଡିଛି ।

Leave A Reply

Your email address will not be published.

four × four =