ଭୁବନେଶ୍ୱର: ସାରା ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିଲା ବେଳେ ଆସନ୍ତା ୪-୫ଦିନ ମଧ୍ୟରେ ରାଜ୍ୟରେ ଦିନ ବେଳା କର୍ଫ୍ୟୁ ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ।
କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି ଯେ, ରାଜ୍ୟରେ ଦିନ ସମୟରେ କର୍ଫୁ୍ୟ ଲାଗୁ ହୋଇପାରେ । କରୋନା ସଂକ୍ରମର ବଢୁଥିବାରୁ ଆଗାମୀ ୪/୫ ଦିନ ଭିତରେ କର୍ଫ୍ୟୁ ଲାଗୁ କରାଯିବା ପାଇଁ ନିଷ୍ପତି ନିଆଯାଇପାରେ । ମୁଖ୍ୟମନ୍ତ୍ରୀ ଏ ଦିଗରେ ଅନୁଧ୍ୟାନ କରୁଛନ୍ତି । କରୋନାକୁ ନେଇ ସମସ୍ତେ ସଚେତନ ହେବା ଦରକାର ।
ଦେଶ ସମେତ ରାଜ୍ୟରେ କରୋନା ସଂକ୍ରମର ବୃଦ୍ଧି ପାଇବାରେ ଲାଗିଛି । କରୋନା ମହାମାରୀର ୨ୟ ତରଙ୍ଗକୁ ନେଇ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି । କିନ୍ତୁ ଲୋକେ ସଚେତନ ହେଉଥିବା ଦେଖିବାକୁ ମିଳୁନାହିଁ । ତେଣୁ ରାଜ୍ୟ ସରକାର କର୍ଫୁ୍ୟ ଲାଗୁ କରିବା ନେଇ ଆଶଙ୍କା ପ୍ରକାଶ ପାଇଛି ବୋଲି ବାଚସ୍ପତି ଶ୍ରୀ ପାତ୍ର ଏ ନେଇ ସଙ୍କେତ ମଧ୍ୟ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଆସନ୍ତା ୬ତାରିଖ ଠାରୁ ରାଜ୍ୟର ୧୦ଟି ଜିଲ୍ଲାରେ ରାତ୍ରିକାଳିନ କର୍ଫୁ୍ୟ ଲାଗୁ ହେବ ।