ଦୁଇଟି ବିପଦ ବେଳେ ଦୁଇଟି ମାକ୍ସ ପିନ୍ଧନ୍ତୁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦୀର୍ଘ ଏକ ବର୍ଷ ଧରି ରାଜ୍ୟବାସୀ ମହାମାରୀ କରୋନା ସହିତ ଲଢେଇ କରି ଆସୁଛନ୍ତି । ଏବେ ସାମୁଦ୍ରିକ ବାତ୍ୟା ୟାସ୍‌କୁ ଆମକୁ ସାମନା କରିବାକୁ ହେବ । ଦୁଇଟି ବିପଦ ବେଳେ ଦୁଇଟି ମାକ୍ସ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି ।
ସାମୁଦ୍ରିକ ବାତ୍ୟା ‘ୟାସ’ଏବଂ ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଅବସରରେ ଆଜି ରାଜ୍ୟବାସୀଙ୍କୁ ସମ୍ବୋଦ୍ଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟନାୟକ କହିଛନ୍ତି ଯେ, ଯିଏ ଯେଉଁଠି ଥାଆନ୍ତୁ ନାଁ କହିିଁକି ଦୁଇ ଦୁଇଟି ବିପଦର ମୁକାବିଲା ପାଇଁ ଦୁଇଟି ମାକ୍ସ ପିନ୍ଧିବାକୁ ହେବ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟ ଆହୁରି କହିଛନ୍ତି ଯେ, ସାଢେ ୪କୋଟି ଓଡିଆ ହେଉଛି ମୋ ପରିବାର, ସେମାନଙ୍କ ନିରାପତା, ସୂରକ୍ଷା ମୋର ପ୍ରଥମ ଲକ୍ଷ୍ୟ ।
ରାଜ୍ୟଏବେ ଏକ ସମୟରେ ଦୁଇଟି ବିପଦ ତଥା କରୋନା ସହ ସାମୁଦ୍ରିକ ବାତ୍ୟା ମୁକାବିଲା କରିବାକୁ ଯାଉଛି । ବାତ୍ୟା ଆମପାଇଁ ନୂଆ ନୁହେଁ ଅତିତରେ ଗତବର୍ଷ ମେ’ ମାସରେ ସାମୁଦ୍ରିକ ବାତ୍ୟା ଅମ୍ପାନ ସହ କରୋନାକୁ ଆମେ ସାମନା କରିଥିଲୁ । ଆପଣ ମାନଙ୍କ ସହଯୋଗରେ ଆମେ ସରକାର ଦୁଇଟି ବିପଦକୁ ମୁକାବିଲା କରିବାରେ ସଫଳ ହୋଇଥିଲେ । ଏବେ ସେହିଭଳି ସମୟ ପୁଣି ଆସିଛି । ସାମାନ୍ୟ ଅବହେଳା କଲେ ବଡ ବିପଦ ଘଟିପାରେ । ତେଣୁ ଜନସାଧାରଣ ପ୍ରଶାସନକୁ ସହଯୋଗ କରିବା ସହ ବାତ୍ୟା ଆଶ୍ରୟ ସ୍ଥଳ ଏବଂ ନିରାପଦ ସ୍ଥାନକୁ ଚାଲିଯାଆନ୍ତୁ । ଆଶ୍ରୟ ବି ଦୁଇଟି ମାକ୍ସ ପିନ୍ଧନ୍ତୁ । ସାବୁନ୍‌ରେ ବାରମ୍ବାର ହାତ ଧୁଅନ୍ତୁ, ସାନିଟାଇଜର କରନ୍ତୁ, ଅଙ୍ଗନୱାଡି ଓ ଆଶାକର୍ମୀ, ସ୍ୱୟଂ ସହାୟିକା ମା’ମାନେ ମାକ୍ସ ବଂଟନ କରିବେ । କରୋନା ସହ ୟାସ ଏବେ ଆମ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏହି ଚାଲେଞ୍ଜର ମୁକାବିଲା ପାଇଁ ଆପଣମାନଙ୍କ ସହଯୋଗ କାମନା କରୁଛି ।

Leave A Reply

Your email address will not be published.

19 − fourteen =