ଦୁଇ କ୍ୟାଡର ନକ୍ସଲଙ୍କ ଆତ୍ମସର୍ମଣ

ମାଲକାନଗିରି- ମାଲକାନଗିରି ଏସ୍ପିଙ୍କ ନିକଟରେ ରବିବାର ଦୁଇ ଜଣ କ୍ୟାଡର ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ସେମାନେ ହେଲେ ଲାକେ ପୁନମ(ମହିଳା) ଓ କାନ୍ନା ମାଢି (ପୁରୁଷ) । ସେମାନେ ଆନ୍ଧ୍ର ଓଡ଼ିଶା ଡିଭିଜନ୍ କମିଟି ମିଲିଟାରୀ ପ୍ଲାଟୁନରେ କାର୍ଯ୍ୟରତ ଥିଲେ । କାନ୍ନାଙ୍କ ମୁଣ୍ଡରେ ୪ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା ବେଳେ ଲାକେ ପାଇଁ ୨ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା । କାନ୍ନା ଗତ ୨୦୧୩ ମସିହାରୁ ନକ୍ସଲ ସଙ୍ଗଠନରେ ସାମିଲ ହୋଇଥିଲେ । ତା ଘର କାଲିମେଳା ଅଂଚଳରେ । ଲାକେ ୨୦୧୮ ମସିହାରେ ନକ୍ସଲ ଦଳରେ ସାମିଲ ହୋଇଥିବା ବେଳେ ତାର ଘର ଛତିଶଗଡ଼ରେ ବୋଲି ଜଣାପଡିଛି । ତେବେ ଉଭୟ ୨୦ରୁ ଅଧିକ ନକ୍ସଲ ହିଂସାରେ ସାମିଲ ଥିବା ଜଣାପଡିଛି । ସ୍ୱାଭିମାନ ଅଂଳରେ ନକ୍ସଲମାନେ ବିକାଶକୁ ବିରୋଧ କରିବା ଏବଂ ନୀରୀହ ଆଦିବାସୀଙ୍କୁ ଅତ୍ୟାଚାର କରିବା ସହ ସଙ୍ଗଠନରେ ଥିବା ମହିଳାମାନଙ୍କୁ ଶାରୀରିକ ନିର୍ଯ୍ୟାତନା ଦେଉଥିବା ଦେଖି ସେମାନେ ମୁଖ୍ୟସ୍ରୋତକୁ ଫେରିବାକୁ ନିଷ୍ପତି ନେଇଥିଲେ ବୋଲି କହିଛନ୍ତି ।

Leave A Reply

Your email address will not be published.

4 × four =