ଭୁବନେଶ୍ୱର: ଗତ ଫେବ୍ରୁଆରି ୨୨ରୁ ମାର୍ଚ ୧ ମଧ୍ୟରେ ଓଡ଼ିଶାରେ ଅନ୍ୟୂନ ୫,୨୯୧ଟି ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଥିବା ‘ଫରେଷ୍ଟ୍ ସର୍ଭିସ୍ ଅଫ୍ ଇଣ୍ଡିଆ’ (ଏଫ୍ଏସ୍ଆଇ) ରିପୋର୍ଟରୁ ଜଣାଯାଇଛି । ଏହି ସମୟ ଅବଧି ମଧ୍ୟରେ ଦେଶରେ ଘଟିଥିବା ବନାଗ୍ନିକାଣ୍ଡ ମଧ୍ୟରେ ଓଡ଼ିଶାର ଜଙ୍ଗଲ ଅଗ୍ନିକାଣ୍ଡ ଘଟଣା ସର୍ବାଧିକ ।
‘ଏଫ୍ଏସ୍ଆଇ’ ତଥ୍ୟ ଅନୁସାରେ, ଏହି ସମୟସୀମା ମଧ୍ୟରେ ୧,୫୨୭ଟି ବନାଗ୍ନିକାଣ୍ଡ ଘଟିଥିବା ତେଲେଙ୍ଗାନା ରାଜ୍ୟ ଦେଶର ଦ୍ୱିତୀୟ ସ୍ଥାନରେ ରହିଛି । ୧,୫୦୭ ବନାଗ୍ନିକାଣ୍ଡ ଘଟିଥିବା ମଧ୍ୟପ୍ରଦେଶ ତୃତୀୟ ଏବଂ ୧,୨୯୨ଟି ବନାଗ୍ନିକାଣ୍ଡ ଘଟିଥିବା ଆନ୍ଧ୍ରପ୍ରଦେଶ ୧,୨୯୨ ଚତୁର୍ଥ ସ୍ଥାନରେ ରହିଛି ।
ନଭେମ୍ବର ପହିଲାରୁ ଓଡ଼ିଶାରେ ପ୍ରାୟ ୭,୧୮୮ଟି ବନାଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ରାଜ୍ୟଗୁଡ଼ିକରେ ଆରମ୍ଭ ହେଉଥିବା ବନାଗ୍ନିକାଣ୍ଡ ଆରମ୍ଭ ସମସୟରେ ମଧ୍ୟ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ପରିଗଣିତ ହୋଇଛି । ଓଡ଼ିଶାର ବଣଜଙ୍ଗଲରେ ହଠାତ୍ ନିଆଁ ଚରି ଯାଉଥିବାରୁ ଅନେକ ବୃକ୍ଷଲତା ଓ ପଶୁପକ୍ଷୀ ନଷ୍ଟ ହୋଇଯାଉଛନ୍ତି ।
ଅବସରପ୍ରାପ୍ତ ବନ ଅଧିକାରୀ ସୁଧାକର ମହାପାତ୍ର କହନ୍ତି, ମହୁଲଫୁଲ ଓ କେନ୍ଦୁପତ୍ର ସଂଗ୍ରହ, ସାମୟିକ ଚାଷ ଏବଂ ଅରଣ୍ୟାଞ୍ଚଳରେ ଚାରଣଭୂମି ସୃଷ୍ଟି କରାଇବା ହେଉଛି ଓଡ଼ିଶାରେ ଘଟୁଥିବା ବନାଗ୍ନିକାଣ୍ଡ କେତେକ କାରଣ । ସେ ଆହୁରି ମଧ୍ୟ କହିଛନ୍ତି ଯେ, କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବନଖଣ୍ଡରେ ହଳଦୀ ଚାଷ ନିମନ୍ତେ ମଧ୍ୟ ବଣଜଙ୍ଗଲ ପୋଡ଼ାଯାଇଥାଏ ।
ବନାଗ୍ନି ପରିଚାଳନା ନିମନ୍ତେ ଇତିମଧ୍ୟରେ ବାଲିଗୁଡ଼ା ବନଖଣ୍ଡ ‘ରିଙ୍ଗ୍ ଆଣ୍ଡ୍ ଷ୍ଟିପ୍’ ପଦ୍ଧତି ଆରମ୍ଭ କରିଛି । ବନଖଣ୍ଡରୁ ଅନାୟାସରେ ମହୁଲଫୁଲ ଓ କେନ୍ଦୁପତ୍ର ତୋଳିବା ଲାଗି ଆଦିବାସୀମାନେ ସାଧାରଣତଃ ଶୁଖିଲା ପତ୍ରରେ ନିଆଁ ଲଗାଇ ଦିଅନ୍ତି । ବଣରେ ଥିବା ମହୁଲଗଛ ସବୁ କେତେକ ନିର୍ଦ୍ଧିଷ୍ଟ ପରିବାରର ମାଲିକାନାରେ ଥିବାରୁ ବନଖଣ୍ଡ ଉକ୍ତ ଗଛ ସବୁକୁ ଚିହ୍ନଟ କରିବା ଲାଗି ଗାଁ ଗଣ୍ଡାରେ ‘ଜିପିଏସ୍’ ସିଷ୍ଟମ୍ ବ୍ୟବହାର କରୁଛି । ୨୦୧୮ରେ ପ୍ରବର୍ତ୍ତନ ହୋଇଥିବା ଏହି ବ୍ୟବସ୍ଥା ଅନୁସାରେ, ବନ କର୍ମଚାରୀମାନେ ଆଗତୁରା ସେହି ଗଛଗୁଡ଼ିକ ପାଖରେ ପଡ଼ିଥିବା ଶୁଖିଲା ପତ୍ର ସଂଗ୍ରହ କରି ପୋଡ଼ି ଦେଉଛନ୍ତି ।
ଏହି ପଦ୍ଧତି ଅବଲମ୍ବନ କରାଯିବାରୁ ବନାଗ୍ନିକାଣ୍ଡ ଘଟୁଥିବା ସ୍ଥାନଗୁଡ଼ିକର ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ତେଣୁ, ୨୦୧୭ରେ ୩,୧୬୫ ବନାଗ୍ନିକାଣ୍ଡ ଘଟିଥିବା ଏହି ସବୁ ଅଞ୍ଚଳରେ ବନାଗ୍ନିକାଣ୍ଡ ସଂଖ୍ୟା ୨୦୧୮ରେ ୨,୩୯୮, ୨୦୧୯ରେ ୨,୦୪୭ ଏବଂ ୨୦୨୦ରେ ୧,୨୦୭କୁ ହ୍ରାସ ପାଇଛି ।
ଉପଖଣ୍ଡ ବନ ଅଧିକାରୀ କହନ୍ତି, ‘ରିଙ୍ଗ୍ ଆଣ୍ଡ୍ ଷ୍ଟ୍ରିପ୍’ ପଦ୍ଧତି, ବନାଗ୍ନିକାଣ୍ଡ ସ୍ଥାନ ଏବଂ ପୋଡୁଥିବା ଅଞ୍ଚଳ ହ୍ରାସ କରାଇବାରେ ସାହାଯ୍ୟ କରିଛି ।
ଜଣେ ବରିÂ ବନ ଅଧିକାରୀ କହନ୍ତି, ରାଜ୍ୟରେ ଆମେ ପ୍ରାୟ ୬୦୦୦ କିଲୋମିଟ ଦୀର୍ଘ ବନାଗ୍ନି ଲାଇନ୍ର ନrା ପ୍ରସ୍ତୁତ କରିଛୁ । ସମ୍ପୃକ୍ତ ଅଞ୍ଚଳରେ ଘଟୁଥିବା ବନାଗ୍ନିକାଣ୍ଡର ତୁରନ୍ତ ମୁକାବିଲା ନିମନ୍ତେ ଆମେ ସତର୍କତାମୂଳକ ପଦକ୍ଷେପ ନେଇଛୁ । ‘ନ୍ୟାସ୍ନାଲ୍ ବୋର୍ଡ ଫ ୱାଇଲ୍ଡ୍ଲାଇଫ୍’ର ପୂର୍ବତନ ସଦସ୍ୟ ବିଶ୍ୱଜିତ ମହାନ୍ତି କହନ୍ତି, ବନାଗ୍ନି ଯୋଗୁଁ କାଠ, ଫଳନ୍ତିବୃକ୍ଷ ଏବଂ ଔଷଧୀୟ ଉଦ୍ଭିଦ ନଷ୍ଟ ହୋଇଯାଉଛି । ଏଥିଯୋଗୁଁ ବନ୍ୟପ୍ରାଣୀ ଏବଂ ସେମାନଙ୍କର ବାସସ୍ଥାନ ପ୍ରତି ବିପଦ ସୃଷ୍ଟି ହେଉଛି । ଅନେକ ବନ୍ୟଜନ୍ତୁ ଓ ପକ୍ଷୀମାନଙ୍କର ନିବାସସ୍ଥଳୀ ଶିମିଳିପାଳ ଜାତୀୟ ଉଦ୍ୟାନରେ ଘଟିଥିବା ବ୍ୟାପକ ଅଗ୍ନିକାଣ୍ଡ ଘଟଣା ଲାଗି ମଧ୍ୟ ସେ ଉଦ୍ବେଗ ପ୍ରକାଶ କରିଛନ୍ତି ।
ଗତ ଫେବ୍ରୁଆରି ୨୮ ତାରିଖ ଦିନ ରାଜ୍ୟର କେତେକ ସହରର ଉତ୍ତାପ ୪୦ ଡିଗ୍ରି ସେଲିସିୟସ୍ ଟପି ଯାଇଥିଲା । ବିଶେଷଜ୍ଞମାନଙ୍କ ମତରେ, ବଢ଼ି ଚାଲିଥିବା ଉତ୍ତାପ ମଧ୍ୟ ରାଜ୍ୟର ବଣଜଙ୍ଗଲରେ ନିଆଁ ଲାଗିବାର କାରଣ ହୋଇଥାଏ ।