ଭୁବନେଶ୍ୱର: ଦୋକାନୀଙ୍କୁ ତାସ୍, କ୍ରିକେଟ, ଭଲିବଲ୍ ଖେଳିବା ମନା , ଯଦି ଖେଳିବେ ସେମାନଙ୍କୁ ୧୪ ଦିନିଆ କ୍ୱାରେଂଟାଇନ୍ ରେ ରଖାଯିବ । ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତି ନିଆଯାଇଛି । ତତ୍ସହିତ ଗଞ୍ଜାମ ଜିଲ୍ଲାରେ ଦୋକାନୀଙ୍କୁ ଜିଲ୍ଲାପାଳ ୫ଟି ନିୟମ ମାନିବାକୁ କହିଛନ୍ତି । ଏହି ୫ଟି ନିୟମ ହେଲା ଦୋକାନ ସାମ୍ନାରେ ଡବଲ ବ୍ୟାରିକେଡ କରିବାକୁ ପରାମର୍ଶ , ନିଜେ ମାସ୍କ ପିନ୍ଧିବେ ; ନୋ ମାସ୍କ ନୋ ଗୁଡ୍ସ ବୋର୍ଡ ମାରିବେ , ଗ୍ରାହାକଙ୍କ ପାଇଁ ଦୋକାନ ସାମ୍ନାରେ ୨ ମିଟର ଦୂରତାରେ ସର୍କଲ କରିବେ , ସବୁ ଦୋକାନୀ ସାନିଟାଇଜର ଓ ହାତ ଧୋଇବାର ବ୍ୟବସ୍ଥା କରିବେ , ସବୁଠୁ ବେଶି ଗୁରୁତ୍ୱପୂର୍ଣ୍ଣ ଦେକାନୀମାନେ ‘ସମ୍ପର୍କ ଖାତା’ ରଖିବେ , ଏହି ଖାତାରେ ସେମାନେ ଖାଉଟିଙ୍କ ନାମ ଠିକଣା ଲେଖାରହିବ । ଏହି ନିୟମ ନମାନିଲେ ଜୋରିମାନା ଆଦାୟ କରାଯିବା ସହ ଏତଲା ଦିଆଯିବ । ଆବଶ୍ୟକ ସ୍ଥଳେ ମାସେ ପର୍ଯ୍ୟନ୍ତ ଦୋକାନ ବନ୍ଦ କରାଯିବ । ଗଞ୍ଜାମରେ ସର୍ବାଧିକ ୮୬୭୮ ଜଣ ସଂକ୍ରମିତ ହେଲେଣି ।