ନକଲି ଔଷଧ ଠାବ କରିବ ଏସଟିଏଫ୍

ଭୁବନେଶ୍ୱର: ରାଜ୍ୟରେ ନକଲି ଔଷଧ କାରବାର ରୋକିବା ତଥା ବିଭିନ୍ନ ଦୋକାନରେ ଚଢାଉ ପାଇଁ ରାଜ୍ୟ ସରକାର ଆଜି ସ୍ୱତନ୍ତ୍ର ଟାକ୍ସ ଫୋର୍ସ (ଏସଟିଏଫ୍‌) ଗଠନ କରିଛନ୍ତି । ଡିଆଇଜି ଜେଏନ୍ ପଙ୍କଜଙ୍କ ନେତୃତ୍ୱରେ ଏହି ଏସଟିଏଫ୍ ଗଠିତ ହୋଇଛି । ନକଲି ଔଷଧ ବିକ୍ରି ହେଉଥିବା ବିଭିନ୍ନ ଦୋକାନ ଉପରେ ଏସ୍‌ଟିଏଫ୍ ଏଣିକି ନିୟମିତ ଚଢାଉ କରିବ । ଚଢାଉ ପାଇଁ ଏକ ସ୍ତ୍ରତନ୍ତ୍ର ତାଲିକା ପ୍ରସ୍ତୁତ କରାଯାଇଥିବା କୁହାଯାଇଛି । ଏପରିକି ମଧ୍ୟ ନକଲି ଔଷଧ କାରବାରର ଚେର ଲମ୍ବିଥିବା ନେଇ ରାଜବାହାରକୁ ଏସ୍‌ଟିଏଫ୍ ଟିମ୍ ଯିବ । ଅନ୍ୟପକ୍ଷରେ ଏସ୍‌ଟିଏଫ୍‌କୁ ସହଯୋଗ କରିବା ପାଇଁ ସମସ୍ତ ଡଗ୍ସ ଇସିନ୍‌ସ୍ପେକ୍ଟରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନା ଯୋଗ୍ୟ ଯେ, ନିକଟରେ ରାଜ୍ୟର ବିଭିନ୍ନ ସ୍ଥାନରୁ କରୋନା ଔଷଧ ଫାଭିପିରାଭିର ନକଲି ଔଷଧର ଜବତ ହେବା ପରେ ରାଜ୍ୟ ସରକାର ଏବେ ତତ୍ପର ହୋଇପଡିଛନ୍ତି । ନିକଟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନକଲି ଔଷଧ କାରବାରର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ନକଲି ଔଷଧ ବିକ୍ରି କରୁଥିବା ବିଭିନ୍ନ ଔଷଧ ଦୋକାନ ଉପରେ ଚଢାଉ ପାଇଁ ସ୍ୱତନ୍ତ୍ର ଏସ୍‌ଟିଏଫ୍ ଗଠନ କରାଯାଇଛି ।

Leave A Reply

Your email address will not be published.

11 − 11 =