ମେଂଟ ବିଷୟରେ କଥା ହୋଇନୁ : ନବୀନ
ଭୁବନେଶ୍ୱର : ଓଡିଶା ଗସ୍ତରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଆଜି ଭୁବନେଶ୍ୱର ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ ବିମାନବନ୍ଦରରୁ ନବୀନ ନିବାସ ଯାଇ ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ସହ ଆଲୋଚନା କରିଛନ୍ତି । ସାକ୍ଷାତ ପରେ ଉଭୟ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି । କୌଣସି ରାଜନୈତିକ ଆଲୋଚନା ହୋଇନାହିଁ । ପୁରୁଣା ସମ୍ପର୍କ ଆମର । ଆମେ ପୁରୁଣା ବନ୍ଧୁ । ନବୀନ ବାବୁଙ୍କୁ ଭେଟିବାକୁ ଅନେକ ଦିନରୁ ଇଚ୍ଛା ଥିଲା । ଆଜି ଦେଖା ହେଲା ଦୁଇ ପୁରୁଣା ବନ୍ଧୁ କଥା ହେଲୁ । ପରସ୍ପର ଭିତରେ ବହୁତ ଭଲ ସମ୍ପର୍କ ଆମର । ବାଜପେୟୀଙ୍କ ସରକାରରେ ଆମେ ଉଭୟ ମନ୍ତ୍ରୀ ଥିଲୁ । ଆଜିର ବୈଠକରେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇ ନାହିଁ । ନବୀନ ବାବୁଙ୍କୁ ଭେଟିବାକୁ ଅନେକ ଦିନରୁ ଇଚ୍ଛା ଥିଲା । ପରସ୍ପର ଭିତରେ ବହୁତ ଭଲ ସମ୍ପର୍କ ଆମର ବୋଲି ନୀତୀଶ କହିଛନ୍ତି । ପୁରୀରେ ବିହାର ତୀର୍ଥଯାତ୍ରୀଙ୍କ ପାଇଁ ଜମି ଯୋଗାଇବୁ । ପୁରୀରେ ବିହାର ଭବନ ପାଇଁ ଦେଢ ଏକର ଜମି ଦିଆଯିବ । ସମ୍ପୂର୍ଣ୍ଣ ମାଗଣାରେ ଜମି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ବିହାରରୁ ଆସୁଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ସେଠାରେ ରହିବେ ।