କଟକ- ନିଜିଗଡ ଗ୍ରାମପଂଚାୟତ ଅଧିନ ତହସିଲ କାର୍ଯ୍ୟାଳୟର ଦୁଇ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବାପରେ ସରପଂଚ ୭୨ ଘଂଟିଆ ସଟଡାଉନ ଘୋଷଣା କରିଛନ୍ତି । ଗତକାଲି ରାତି ୯ ଟାରୁ ସେମବାର ସକାଳ ୫ ଟା ପର୍ଯ୍ୟନ୍ତ ଏହି ସଟଡାଉନ ବଳବତର ରହିବ । ଏହି ସମୟରେ ମେଡିସିନ ଦୋକାନ ଓ ପେଟ୍ରୋଲ ପମ୍ପ ବ୍ୟତିତ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ । ବାହାର ଲୋକ ଟାଉନ ଭିତରକୁ କିମ୍ବା ଟାଉନ ଲୋକ ବାହାରକୁ ଯାଇପାରିବେ ନାହିଁ । ପୋଲିସ ବିଭିନ୍ନ ସ୍ଥାନରେ ବ୍ୟାରିକେଡ କରିଦେଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ଏଭଳି ନିଷ୍ପତି ନିଆଯାଇଛି ।