ପୁରୀ: ଚିନ ସମର୍ଥନ କର ନାହିଁ , ନହେଲେ ଧ୍ୱସଂ ମୁଖକୁ ଚାଲିଯିବ ବୋଲି ନେପାଳକୁ ଚେତାବନୀ ଦେଇଛନ୍ତି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ଭାରତର ମୂଳ ଅଂଶବିଶେଷ ଉତରାଖଣ୍ଡ ରାଜ୍ୟର ତିନୋଟି ଇଲାକାକୁ ନେପାଳ ନିଜ ରାଜନୈତିକ ମ୍ୟାପରେ ଯୋଡିବା ଉଦ୍ୟମ ପଛରେ ଚୀନ୍ର ପ୍ରଛନ୍ନ ହାତ ରହିଛି । ଚୀନ୍ର ମନ୍ଦ ଉଦେ୍ଧଶ୍ୟ ସାଧନରେ ନେପାଳ କାଠ କଣ୍ଢେ୍୍ଇ ଭଳି ନାଚିଲେ ତାକୁ ଏହାର ପରିଣାମ ଭୋଗ କରିବାକୁ ପଡିବ । ନେପାଳ ସରକାର ଚୀନ୍କୁ ସମର୍ଥନ କରି ଧ୍ୱସଂ ମୁଖକୁ ଯାତ୍ରା କରୁଛନ୍ତି । ଏଭଳି ଷଡଯନ୍ତ୍ର ବାହାରକୁ ନଆସିଲେ ନେପାଳ ଧ୍ୱସଂ ପାଇଯିବ । ନେପାଳ ଏବଂ ନେପାଳବାସୀ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଚୀନ୍ ଠାରୁ ଦୂରେଇ ରହିବାକୁ ଜଗତଗୁରୁ ପରାମର୍ଶ ଦେଇଛନ୍ତି । ଭାରତ ସହ ବନ୍ଧୁତପୂର୍ଣ୍ଣ ସମ୍ପର୍କ ରଖିଲେ ସେଠାକାର ସରକାରଙ୍କ ମଙ୍ଗଳ ହେବ ବୋଲି ଜଗତଗୁରୁ ଟ୍ୱଟି ଯୋଗେ କହିଛନ୍ତି ।