ପଞ୍ଚମ ଦିନରେ ଗୋଲାମୁଣ୍ଡା ରେ ମହାଭାରତ ପାରାୟଣ ମହାଯଜ୍ଞ

ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗୋଲାମୁଣ୍ଡା ରେ ମହାଭାରତ ପାରାୟଣ ମହାଯଜ୍ଞ ଗତ ୬ ଏପ୍ରିଲ ଚୈତ୍ର ପୂ୍ଣ୍ଣିମା ଠାରୁ ଆରମ୍ଭ ହୋଇ ଏହା ଆସନ୍ତା ମଇ ମାସ ୫ ତାରିଖ ବୈଶାଖ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏକ ମାସ ଧରି ମହାଭାରତ ମହା ଯଜ୍ଞ ହେବ ।ଏହି ଯଜ୍ଞଟି ଗୋଲାମୁଣ୍ଡା ଗାୟତ୍ରୀ ପଡିଆରେ ଗୋଲାମୁଣ୍ଡା ଗ୍ରାମପଞ୍ଚାୟତ ମହାଭାରତ ପାରାୟଣ ମହାଯଜ୍ଞ କମିଟି ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଆୟୋଜିତ ଏହି ମହାଯଜ୍ଞ ଆଜି ପଞ୍ଚମ ଦିନରେ ପଦାର୍ପଣ କରିଛି। ପ୍ରତିଦିନ ସକଳ ୯ଟା ରୁ ପୂଜା ଓ ପାରାୟଣ ଆରମ୍ଭ ହୋଇ ଅପରାହ୍ନ ଚାରିଟା ଯାଏଁ ଚାଲୁଛି। ପଣ୍ଡିତ ସଞ୍ଜୟ ମିଶ୍ର ଜୀ,ପଣ୍ଡିତ ହରି ଖମାରୀ ପୂଜକ ଏବଂ ବ୍ୟାସ ପିଠେ ପଣ୍ଡିତ ମନୋରଞ୍ଜନ ମିଶ୍ର(ନୂଆଗାଁ ଲୋଇସିଂହା ବଲାଙ୍ଗୀର)ଆସନରେ ବିରାଜମାନ କରିଛନ୍ତି। ଯଜ୍ଞ କର୍ତ୍ତା ଶ୍ରୀଯୁକ୍ତ ସୁବାଷ ରାଉତ ଏବଂ ତାଙ୍କ ଧର୍ମପତ୍ନୀ ଶ୍ରୀମତି ବୈଜୟନ୍ତୀ ରାଉତ ସେବାରେ ବ୍ରତୀ ଅଛନ୍ତି। ସବୁ ଦିନ ଏଠାରେ ବିବାହ, ବ୍ରତ,ମୁଣ୍ଡନ,ଚୁଡ଼ାକରଣ, କୁଣ୍ଡ।ବରୀ ଇତ୍ୟାଦି ସଂସ୍କାର କାର୍ଯ୍ୟକ୍ରମ ଚାଲିଛି ବୋଲି ଆୟୋଜକ କମିଟିର ସମ୍ପାଦକ ଦେବେନ୍ଦ୍ର ରାଉତ ସୂଚନା ଦେଇଛନ୍ତି। କମିଟିର ସଭାପତି ତଥା ଯଜ୍ଞ କର୍ତ୍ତା ଶ୍ରୀଯୁକ୍ତ ସୁବାଷ ରାଉତ,ସମ୍ପାଦକ ଦେବେନ୍ଦ୍ର ରାଉତ ଏବଂ ଉପଦେଷ୍ଟା କମିଟି ରେ ଗଙ୍ଗାଧର ରାଉତ,ନକୁଲ ବିଶି,ବୃଷଭ ରାଉତ ଅଛନ୍ତି।

Leave A Reply

Your email address will not be published.

nineteen − twelve =