ଭୁଚନେଶ୍ୱର,୨୧ା୬:ପୂର୍ବତନ ଅବସର ପ୍ରାପ୍ତ ଇଞ୍ଜିନିୟର ଲକ୍ଷ୍ମୀ ନାରାୟଣ ବାରିକଙ୍କର ଗତ ୧୩ ତାରିଖ ଦିନ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ଅବିଭକ୍ତ ବାଲେଶ୍ୱର ଜିଲା(ବର୍ତମାନ ଭଦ୍ରକ )ର ରାହାଣିଆଠାରେ ୧୯୩୩ ମସିହାରେ ଜନ୍ମ ଗ୍ରହଣ କରିଥିଲେ । କୋଲକାତା ବିଶ୍ୱବିଦ୍ୟାଳୟ ଅଧିନସ୍ଥ ମହାରାଜା କସିମବଜାର ପଲିଟେକନିକ ଇନଷ୍ଟିଚ୍ୟୁଟରୁ ୧୯୪୮ ମସିହାରେ ମାଟ୍ରିକ ପାଶ କରିଥିଲେ । ବେଙ୍ଗଲ ଇଞ୍ଜିନିୟରିଂ କଲେଜ,ଶିବପୁର, କୋଲକାତା ବିଶ୍ୱବିଦ୍ୟାଳୟରୁ ୧୯୫୪ରେ ଇଞ୍ଜିନିୟର ଡିଗ୍ରୀ ହାସଲ କରିଥିବାବେଳେ ୧୯୫୬ରେ ବ୍ରିଟାନିଆ ବିଲ୍ଡିଂ ୱାର୍କ୍ସରେ ଯୋଗଦେଇ ଆରମ୍ଭ କରିଥିଲେ କର୍ମମୟ ଜୀବନ । ୧୯୫୬ରେ ରାଜ୍ୟ ସରକାରଙ୍କ ରୋଡ ଆଣ୍ଡ ବିଲ୍ଡିଂ ବିଭାଗରେ ଆସିଷ୍ଟଂଟ ଇଞ୍ଜିନିୟର ଭାବେ ଯୋଗଦେଇ ଥିଲେ । ସେହିପରି ୧୯୫୮ରୁ -୬୩ ପର୍ଯ୍ୟନ୍ତ ରାଉରକେଲା ଇସ୍ପାତ କାରାଖାନାରେ କାର୍ଯ୍ୟରତ ଥିଲେ । ୧୯୮୧ରେ ରାଜ୍ୟ ସରକାରଙ୍କ ଇଡକୋ ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କର ମହତ ଅବଦାନ ଥିଲା । ଏଥିରେ ସେ ପ୍ରଥମେ ଜେନେରାଲ ମ୍ୟାନେଜର ଭାବେ ଯୋଗ ଦେବା ସହ ପରେ ମ୍ୟାନେଜିଂ ଡାଇରେକ୍ଟର ପଦବୀକୁ ପଦୋନ୍ନତି ପାଇଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କର ମହତ ଅବଦାନ ଥିଲା ।୧୯୯୧ରେ ରାଜ୍ୟ ସରକାରଙ୍କ ୱାର୍କ୍ସ ବିଭାଗରେ ଚେୟାରମ୍ୟାନ-କମ-ମ୍ୟାନେଜିଂ ଡାଇରେକ୍ଟର ତଥା ଏକ୍ସ-ଅଫିସିଓ ଇଞ୍ଜିନିୟର-ଇନ- ସେକ୍ରେଟାରୀ କର୍ମରତ ଥିବା ବେଳେ ଚାକିରିରୁ ଅବସର ନେଇ ଥିଲେ । ଅବସର ପରେ ୟୁକେ ଏଡ୍ ପ୍ରୋଜେକ୍ଟରେ କନସଲଟାଂଟ ଓ ପରେ ବ୍ରିଟିଶ ହାଇକମିସନଙ୍କ ବ୍ରିଟିସ କାଉନସିଲ ଡିଭିଜନରେ ନିଯୁକ୍ତି ପାଇଥିଲେ । ସେହିପରି ଅନ୍ୟାନ ବିଭିନ୍ନ ଅନୁଷ୍ଠାନ ସହ ଜଡିତ ଥିବାବେଳେ ଡିଏଭି ସ୍କୁଲର ଅବୈତନିକ ସମ୍ମାନ ଜନକ ସଦସ୍ୟ ମଧ୍ୟ ଥିଲେ ।