ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା : ୫ ମୃତ

କୋଲ୍କାତା: ପଶ୍ଚିମବଙ୍ଗର କୁଚ୍ ବିହାର ଜିଲ୍ଲା ଅନ୍ତର୍ଗତ ଶୀତଲକୁଚି ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ ବେଳେ ଆଜି ବିଜେପି-ତୃଣମୁଳ କଂଗ୍ରେସ କର୍ମୀଙ୍କ ମଧ୍ୟରେ ହିଂସା କାଣ୍ଡ ଘଟି ୫ଜଣଙ୍କର ମୃତୁ୍ୟ ଘଟିଛି । ଭୋଟ ଦେବା ପାଇଁ ଧାଡିରେ ଛିଡା ହୋଇଥିବା ଆନନ୍ଦ ବର୍ମନ୍ ନାମକ ଜଣେ ଯୁବକଙ୍କୁ ଦୁର୍ବୁତ ମାନେ ଗୁଳି କରି ହତ୍ୟା କରିବା ପରେ ବିଜେପି ଓ ତୃଣମୂଳ କଂଗ୍ରେସ ସମର୍ଥକମାନଙ୍କ ମଧ୍ୟରେ ସଂଘଷ ଘଟିଥିଲା । ତେବେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସୂରକ୍ଷା କର୍ମୀଙ୍କ ଗୁଳିରେ ୪ଜଣଙ୍କ ତୃଣମୂଳ କଂଗ୍ରେସ ସମର୍ଥକଙ୍କ ମୃତୁ୍ୟ ଘଟିଛି ।
ଶିତଳକୁଚି ଅଞ୍ଚଳ ଅନ୍ତର୍ଗତ ପଠାନତୁଲି ଭୋଟ୍ ବୁଥ୍ ବାହାରେ ଅଜ୍ଞାତ ଆତତାୟୀମାନେ ପ୍ରଥମ କରି ଭୋଟ୍ ଦେବାକୁ ଆସିଥିବା ଜଣେ ବ୍ୟକ୍ତିଙ୍କୁ ଗୁଳିମାରି ହତ୍ୟା କରିବା ପରେ ସଂଘର୍ଷର ସୂତ୍ରପାତ ହୋଇଥିଲା । ସଂଘର୍ଷରତ ବ୍ୟକ୍ତିମାନଙ୍କୁ ଘଉଡାଇବା ନିମନ୍ତେ ସେଂଟା୍ରଲ୍ ଫୋର୍ସର ଯବାନମାନେ ଗୁଳି ଚଳାଇବାରୁ ୪ଜଣ ତୃଣମୂଳ କଂଗ୍ରେସ କର୍ମୀଙ୍କର ମୃତୁ୍ୟ ଘଟିଥିବା ଅଭିଯୋଗ ହୋଇଛି । ବେଙ୍ଗଲ୍ ‘ଏଡିଜିପି’ କହିଛନ୍ତି ଯେ, ସିପିଆଏମ୍ଏଫ୍ କର୍ମଚାରୀଙ୍କୁ ସଂଘର୍ଷରତ ବ୍ୟକ୍ତିମାନେ ଆକ୍ରମର କରିବାରୁ ସେମାନେ ଗୁଳି ଚଳାଇବାକୁ ବାଧ୍ୟ ହୋଇଥିଲେ । ଭୋଟ୍ ଗ୍ରହଣ ଚାଲିଥିବା ବେଳେ ଆନନ୍ଦ ବର୍ମନ୍ ନାମକ ସେ ଯୁବକଙ୍କୁ ୧୨୫ ନମ୍ବର ବୁଥ୍ ବାହାରକୁ ଟାଣି ଆଣି ଗୁଳି ମରାଯାଇଥିବା ଅଭିଯୋଗ ହୋଇଥିବା କଥା ଜଣେ ପୁଲିସ୍ ଅଧିକାରୀ କହିଛନ୍ତି ।
ତୃଣମୂଳ କଂଗ୍ରେସ ଅଭିଯୋଗ କହିଛି ଯେ, ଏହି ହତ୍ୟାକାଣ୍ଡରେ ବିଜେପିର ହାତ ଅଛି । କିନ୍ତୁ, ବିଜେପି କହିଛି ଯେ, ମୃତବ୍ୟକ୍ତି ହେଉଛନ୍ତି ତାଙ୍କର (ବିଜେପି) ଏଜେଂଟ । ତାଙ୍କର ମୃତୁ୍ୟ ପାଇଁ ଶାସକ ଦଳ ଦାୟୀ । ଅନ୍ୟପକ୍ଷରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ଆଧାରରେ ନିର୍ବାଚନ କମିଶନ ୧୨୫ ନଂ ବୁଥ୍ରେ ଭୋଟ୍ ଗ୍ରହଣଙ୍କୁ ବାତିଲ୍ କରିଦେଇଛନ୍ତି ।

Leave A Reply

Your email address will not be published.

seventeen + nine =